ଝିଅ-ଝିଅ ପ୍ରେମ! ଗର୍ଲଫ୍ରେଣ୍ଡ୍ ସହ ଫେରାର ହୋଇଗଲେ ୭ ମାସର ଗର୍ଭବତୀ, ସ୍ୱାମୀ ଜଳକା, ଜାଣନ୍ତୁ ପୁରା ଘଟଣା
ଆଜିକାଲି ଦୁନିଆରେ ଏଭଳି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟିଯାଉଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏବେ ଏଭଳି କିଛି ଖବର ଆସିଛି ଯାହା ଏହି ଘଟଣାରୁ ଆପଣମାନେ ଜାଣିପାରିବେ । ଏବେ ସାମ୍ନାକୁ ଆସିଛି କିଛି ଖବର ଯାହା ଗୁଜୁରାଟ ରାଜ୍ୟରେ ଘଟିଛି । ଗୁଜୁରାଟର ଅହମଦାବାଦ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି । ଜଣେ ସାତ ମାସର ଗର୍ଭବତୀ ମହିଳା ଏଭଳି କାମ କରିଛନ୍ତି ।
ଏହି ସାତ ମାସର ଗର୍ଭବତୀ ମହିଳା ଜଣକ ନିଜ ସ୍ବାମୀଙ୍କୁ ଛାଡି ନିଜର ସମଲିଙ୍ଗୀ ପାର୍ଟନରଙ୍କ ସହିତ ଫେରାର ହୋଇ ଯାଇଛନ୍ତି । ସେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହିତ ଘର ଛାଡି ପଳାଇ ଯାଇଛନ୍ତି ବୋଲି ଖବର ଆସିଛି ଯାହା ଶୁଣି ସମସ୍ତେ ଚକିତ ହୋଇ ପଡିଛନ୍ତି । ଏବେ ଏନେଇ ଗର୍ଭବତୀ ମହିଳାଙ୍କ ସ୍ବାମୀ ଗୁଜୁରାଟ ହାଇକୋର୍ଟରେ ପହଞ୍ଚି ଯାଇଛନ୍ତି । ଏହି ଘଟଣା ଅହମଦାବାଦ ଅଞ୍ଚଳରେ ଘଟିଛି । ଏହି ଅଭିଯୋଗକାରୀ ଜଣକ ୨୦୨୨ ମସିହାରେ ବିବାହ କରିଛନ୍ତି ।
ଏହି ଅଭିଯୋଗକାରୀ ବିବାହ କରିଥିବା ମହିଳା ଜଣଙ୍କର ବିବାହ ପୂର୍ବରୁ ଜଣେ ସମଲିଙ୍ଗୀଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଆଉ ପୂର୍ବରୁ ତାଙ୍କର ଜଣେ ଗାର୍ଲଫ୍ରେଣ୍ଡ ଥିଲେ ହୋଲି ସେ ଜାଣିଥିଲେ । ସବୁକିଛି ଜାଣିବା ପରେ ମଧ୍ୟ ସେ ତାଙ୍କୁ ବିବାହ କରିଥିଲେ । ବାହାଘର ପରେ ସବୁକିଛି ଠିକ୍ ଚାଲିଥିଲା କିନ୍ତୁ ଏହି ମହିଳା ଜଣକ ତାଙ୍କ ପ୍ରେମିକା ସହିତ ସମ୍ପର୍କ ରଖିଥିଲେ । ସେ ଗୁପ୍ତ ଭାବରେ ତାଙ୍କ ସହିତ ମିଶୁଥିଲେ । ଆଉ ତାଙ୍କ ସ୍ବାମୀଙ୍କୁ ମଧ୍ୟ ସମୟ ଦେଉଥିଲେ । ସ୍ଵାମୀ ଏନେଇ କିଛି ଜାଣି ପାରିନଥିଲେ । ଏହିସବୁ ଭିତରେ ମହିଳା ଜଣକ ଗର୍ଭବତୀ ହୋଇଥିଲେ । ଏହାକୁ ନେଇ ସମସ୍ତେ ଖୁସି ହୋଇଥିଲେ । ହେଲେ ୨୦୨୪ ମସିହାରେ ଏଭଳି ଘଟଣା ଘଟିଥିଲା ।
ମହିଳା ଜଣକ ୭ ମାସର ଗର୍ଭବତୀ ଥିବା ବେଳେ କୌଣସି କାରଣ ପାଇଁ ସେ ବାପଘରକୁ ଯାଇଥିଲେ ଆଉ ଘରକୁ ଫେରି ନଥିଲେ । ସ୍ଵାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କିଛି ପାରିବାରିକ ତିକ୍ତତା ମଧ୍ୟ ହୋଇନଥିଲା । ଏହାପରେ ସ୍ଵାମୀ ଥାନାରେ ଅଭିଯୋଗ କରିବା ପରେ ଜଣା ପଡିଥିଲା କି ମହିଳା ଜଣକ ତାଙ୍କ ସମଲିଙ୍ଗୀଙ୍କ ସହିତ ଫେରାର ହୋଇ ଯାଇଛନ୍ତି । ଏହି ଘଟଣା ନେଇ ସ୍ଵାମୀ ଜଣକ କୋର୍ଟରେ ପହଞ୍ଚିଥିଲେ । କୋର୍ଟ ଆଦେଶ ଦେଇଛି ଡିସେମ୍ବର ୨୩ ସୁଦ୍ଧା ମହିଳା ଜଣଙ୍କୁ କୋର୍ଟରେ ହାଜର କରାଇବାକୁ ପୋଲିସଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।