ଗୌତମ ଆଦାନୀଙ୍କ ପାସପୋର୍ଟ ଜବତ୍ କରାଯିବ! କଣ ଆଦାନୀ ଏବେ ବିଜୟ ମାଲ୍ୟା ଏବଂ ନୀରବ ମୋଦି ଭଳି ଦେଶ ଛାଡି ଚାଲିଯିବାକୁ ପ୍ଲାନ୍ କରିଛନ୍ତି?

 

ଆଦାନୀ ଏଣ୍ଟରପ୍ରାଇଜେସରେ ହେଉଥିବା ଅନିୟମିତତା ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଏହି କମ୍ପାନୀ ନିମ୍ନଗାମୀ ହେବାରେ ଲାଗିଛି। ଷ୍ଟକ୍ ମାର୍କେଟରେ ଏହାର ସେୟାର୍ ଗୁଡିକ ତଳକୁ ଖସିବାକୁ ଲାଗିଥିବା ବେଳେ ଏବେ କମ୍ପାନୀ ଉପରେ ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

ଆଦାନୀ ଏଣ୍ଟରପ୍ରାଇଜେସ୍ ବିରୋଧରେ ହିଣ୍ଡନବର୍ଗ ରିପୋର୍ଟ ଉପରେ ଆଲୋଚନା କରାଯାଉ ଏବଂ ଏହି ଅନିୟମିତତା ଘଟଣାର ତଦନ୍ତ ପାଇଁ ମିଳିତ ସଂସଦ କମିଟି (ଜେପିସି) ଗଠନ କରାଯାଉ ବୋଲି ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଛି। ସଂସଦର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମାନ ପ୍ରସଙ୍ଗରେ ବିରୋଧୀ ଦଳର ନେତାମାନେ ଏକତ୍ରିତ ହୋଇ ସେମାନଙ୍କ ଯୋଜନା ବିଷୟରେ ଆଲୋଚନା କରିଥିଲେ। ତେବେ, ଏଠାରେ ପ୍ରଶ୍ନ ଉଠୁଛି ଯେ ସରକାରଙ୍କ ତରଫରୁ ଗୌତମ ଆଦାନୀଙ୍କ ପାସପୋର୍ଟ ଜବତ୍ କରାଯିବ କି?

 ମିଥ୍ୟା ଏବଂ ଠକେଇର ପାହାଡ଼ ଉପରେ ଗଢ଼ି ଉଠିଥିବା ଆଦାନୀଙ୍କ ସାମ୍ରାଜ୍ୟ ତାସ୍ ପରି ଭାଙ୍ଗିବାରେ ଲାଗିଛି। ଏଲଆଇସି, ଏସବିଆଇ ଏହି କମ୍ପାନୀକୁ କୋଟି କୋଟି ଟଙ୍କାର ଋଣ ଦେଇଥିବା ହେତୁ ନିବେଶ କରିଥିବା ସାଧାରଣ ଜନତା ଏଥିନେଇ ଚିନ୍ତାରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ଆଗକୁ ଆସି ଏହି ସମସ୍ୟାର ସମାଧାନ କରିବା ଉଚିତ୍।  ଆରବିଆଇ, ଇଡି ଏବଂ ସିବିଆଇ କ’ଣ କରୁଛନ୍ତି ତାହା ଅର୍ଥମନ୍ତ୍ରୀ କହିବା ଉଚିତ୍।  ଏତେ ବଡ ଦୁର୍ନୀତି ଉପରେ ସରକାର କାହିଁକି ଚୁପ୍ ଅଛନ୍ତି? ଏଥିନେଇ ବଡ଼ ପ୍ରଶ୍ନ ଉଠାଇଛନ୍ତି AAP ସାଂସଦ ସଞ୍ଜୟ ସିଂ।