ଇତିହାସରେ ପ୍ରଥମ ଥର ପାକିସ୍ତାନରେ ହିନ୍ଦୁ ଝିଅ ଲଢ଼ିବ ନିର୍ବାଚନ, ଜାଣନ୍ତୁ ପୁରା ଖବର

 

ଇଥିହାସରେ ପ୍ରଥମ ଥର ପାଇଁ ଘଟିବାକୁ ଯାଉଛି ଏହି ଘଟଣା ।ପାକିସ୍ତାନ ମାଟିରେ ନିର୍ବାଚନ ଲଢ଼ିବେ ହିନ୍ଦୁ ମହିଳା।ଭାରତ ଭଳି ପାକିସ୍ତାନ ରେ ମଧ୍ୟ ୨୦୨୪ ମସିହା ଫେ୍ରୁଆରୀ ୮ତାରିଖରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ,ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ମୁସଲିମ ମାଟିରେ ଲଢ଼ିବାକୁ ଯାଉଛନ୍ତି ହିନ୍ଦୁ ମହିଳା।ଯଦି ଇତିହାସକୁ ଦେଖାଯାଏ ତେବେ ପ୍ରଥମ ଥର ପାଇଁ ପାକିସ୍ଥାନ ରେ ଘଟିବକୁ ଯାଉଛି ଏପରି ,ପାକିସ୍ତାନ ଗଠିତ ହେବ ଦିନରୁ ହିଁ ନିଜକୁ ଗଣତନ୍ତ୍ର ରାଷ୍ଟ୍ର କହୁଥିବା ସ୍ଵତେ ମଧ୍ୟ ଏହା ସର୍ବଦା ଧାର୍ମିକ ଆଧାରରେ ରାଜନୀତି କରିଆସିଛି।

ପାକିସ୍ତାନ ରେ ଆଗକୁ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ରେ ସଭିରା ପ୍ରକାଶ ନାମକ ଜଣେ ହିନ୍ଦୁ ମହିଳା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ସେ ପିପୁଲ୍ସ ପାର୍ଟି ଅଫ ପାକିସ୍ତାନ ରୁ ପାର୍ଥି ଭାବେ ନିର୍ବାଚନ ଲଢ଼ିବେ। ସେ ୨୦୨୨ ମସିହାରେ ଅବର୍ଦାବଦ ଇଣ୍ଟରନେସନାଲ ମେଡ଼ିକାଲ କଲେଜର ରୁ ସ୍ନାତକ ହାସଲ କରିଥିଲେ। ଏବଂ ପରେ ସେ ଏହି ପାର୍ଟି ରେ ସାଧାରଣ ସମ୍ପାଦିକା ଭାବେ କାମ କରୁଥିଲେ।

ତେବେ ସାଭିରା ହେଉଛନ୍ତି ବନେର ଜିଲ୍ଲା ର ବାସିନ୍ଦା। ଏବଂ ସେ ବନେର ଜିଲ୍ଲା ରୁ ହିଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ସାଭିର ଙ୍କ ପିତା ମଧ୍ୟ ଜଣେ ପିପୂଲ୍ସ ପାର୍ଟି ର ସଦସ୍ୟ ଥିଲେ। ନାରୀ ନିଜ ପିତାଙ୍କ ପରେ ସାଭିଆ ମଧ୍ୟ ଏହି ଦଳରେ କାମ କରିବା ପାଇଁ ବାଛି ଥିଲେ। ସେ ଏହି ଦଳରେ ସଂପାଦିକା ଥିବା ବେଳେ ମଧ୍ୟ ତାଙ୍କ କାମ ପାଇଁ ଲୋକେ ତାଙ୍କୁ ବେଶ୍ ପସନ୍ଦ କରୁଥିଲେ।

ସଭିଆ ପ୍ରଥମରୁ ହିଁ ସମାଜ ସେବାରେ ବିଶ୍ଵାସ କରନ୍ତି। ସେ ବିଶେସ ଭାବେ ମହିଳା ଓ ପରିବେଶ ଉପରେ କାମ କରିବାକୁ ପସନ୍ଦ କରନ୍ତି। ସେ କହିଛନ୍ତି ସେ ନିର୍ବାଚନ ଜିତିବା ପରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ କାମ କରିବେ ଓ ତାଙ୍କୁ କିପରି ସୁରକ୍ଷା ଦିଆଯିବ ସେଥି ପ୍ରତି ଅଧିକ ଯତ୍ନବାନ୍ ହେବେ। 

ସେ ଆହୁରି ମଧ୍ୟ କହିଛନ୍ତି ପରିବେଶ କୁ ସଫା ରଖିବା ନିତ୍ୟଙ୍କ ଆବଶ୍ୟକ ନଚେତ୍ ଆଗାମୀ ଦିନରେ ଆମେ ଅସୁବିଧାରେ ପଡ଼ିବା। ତେବେ ଶୁଣିବାକୁ ମିଳୁଛି ସାଭିଆ ଙ୍କ ଜିତିବାର ସମ୍ଭାବନା ଅଧିକ ରହିଛି। ତାଙ୍କୁ ଓ ତାଙ୍କ କାମ କୁ ସେଠାରେ ବେଶ୍ ପସନ୍ଦ କରୁଛନ୍ତି ଲୋକ ।