ଦେଖନ୍ତୁ ଭିଡିଓ: ନିଦରେ ଶୋଇଥିଲେ, ହଠାତ୍ ଶୁଭିଲା ଭୟଙ୍କର ଶଦ୍ଦ...କେହି କିଛି ବୁଝିବା ଆଗରୁ ଛାରଖାର ହୋଇଗଲା ୫ ଜୀବନ

 

ଫ୍ରିଜ ଫାଟି ଚାଲିଗଲା ପରିବାରର ପାଞ୍ଚ ସଦସ୍ୟଙ୍କ ଜୀବନ। ଘଟଣାଟିରେ ସ୍ଥାନୀୟ ଲୋକେ ପୁରା ମର୍ମାହତ। ମୃତ୍ୟୁ ଏମିତି ରୂପ ନେଇ ଆସିବ ଓ ପରିବାର ର ସମସ୍ତଙ୍କୁ ଏକା ସାଙ୍ଗରେ ନେଇଯିବ ଏ କଥା କେହି ସ୍ଵପ୍ନ ରେ ବି ଭାବି ନ ଥିଲେ। ଗ୍ୟାସ୍ ଫାଟି ଜୀବନ ଆରମ୍ଭ ଜିବା କଥା ଏକ ସାଧାରଣ କଥା ହୋଇଥିବା ବେଳେ ଫ୍ରୀଜ୍ ଫାଟି ଜୀବନ ଜିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ଜଳନ୍ଦର୍ ଜିଲ୍ଲାର ଅବତାର ନଗରରେ। ସୂଚନା ଅନୁସାରେ ରାତିରେ ସମସ୍ତେ ଶୋଇଥିବା ଅବସ୍ଥାରେ ଫ୍ରୀଜର କମ୍ପ୍ରେସର୍ ଫାଟି ଚାଲି ଯାଇଛି ଗୋଟିଏ ପରିବାରର ପାଂଚ ସଦସ୍ୟଙ୍କ ଜୀବନ। ଏକ ଭୟଙ୍କର ଶବ୍ଦ ସହିତ ଆଖି ପିଛୁଳାକେ ଘର ସାରା ବ୍ୟାପି ଯାଇଥିଲା ନିଆଁ। ଯେଉଁଥିରେ ପୁରା ପୁରି କ୍ଷତ ବିକ୍ଷତ ହୋଇ ଯାଇଥିଲେ ପରିବାର ଲୋକେ।

ପରେ ସ୍ଥାନୀୟ ଲୋକେ ଏହି ଶବ୍ଦ ଶୁଣି ଘରୁ ବାହାରକୁ ଆସିଥିଲେ। ନିଆଁ ଦେଖି ସେମାନେ ତୁରନ୍ତ ପୋଲିସ୍ କତ୍ତୃପକ୍ଷଙ୍କୁ ଜଣାଇ ଥିଲେ। ପୋଲିସର ସହଯୋଗରେ ପାଞ୍ଚ ଜଣଙ୍କୁ ଉଦ୍ଧାର କରାଯାଇ ଜଳନ୍ଦର ମୁଖ୍ୟ ଚିକିତ୍ସାଳୟ କୁ ପଠା ଯାଇଥିଲା। ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

<a href=https://youtube.com/embed/53-7FCVS8oU?autoplay=1&mute=1><img src=https://img.youtube.com/vi/53-7FCVS8oU/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ପୋଲିସର କହିବା ଅନୁଯାୟୀ ବିସ୍ଫୋରଣର କାରଣ ଏ ଯାଏଁ ଜଣା ପଡ଼ି ନାହିଁ। କାହିଁକି ଓ କିପରି ଘଟିଗଲା ଏପରି ଅଭାବନୀୟ ଘଟଣା ସେ ନେଇ ଏବେ ତଦନ୍ତ ଚାଲିଛି।