ଚାକିରିଆ ଗାର୍ଲଫ୍ରେଣ୍ଡକୁ ଓୟୋ ନେଇ ପ୍ରଥମେ ଭରପୁର୍ ଦେହର ମଜା ନେଲା ପ୍ରେମିକ, ଆଉ ତାପରେ ଗୁଳି ପୁରେଇ କଣ କଲା ଜାଣନ୍ତୁ

 
୧୦ ବର୍ଷର ପ୍ରେମ ସଂପର୍କରେ ଲାଗିଲା ଦାଗ । ଓୟୋ ହୋଟେଲ୍ ରେ ଇଞ୍ଜିନିୟର ଗାର୍ଲଫ୍ରେଣ୍ଡ୍ ଙ୍କୁ ହତ୍ୟା କଲା ବୟଫ୍ରେଣ୍ଡ୍ । ତାହା ପୁଣି ପିସ୍ତଲରେ । ଜଣା ପଡିଛି ଗାର୍ଲଫ୍ରେଣ୍ଡକୁ ସନ୍ଦେହ କରି ବୟଫ୍ରେଣ୍ଡ୍ ଘଟାଇଛି ଏପରି କାଣ୍ଡ । ଗାର୍ଲଫ୍ରେଣ୍ଡ କୁ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା ବୟଫ୍ରେଣ୍ଡ୍ । 

ହତ୍ୟା କରି ବୟଫ୍ରେଣ୍ଡ୍ ହେଲା ଫେରାର । ସିସିଟିଭି ତଥ୍ୟକୁ ଆଧାର କରି କିଛି ଦିନର ତଦନ୍ତ ପରେ ପୋଲିସ୍ ଅଭିଯୁକ୍ତ ବୟଫ୍ରେଣ୍ଡ୍ କୁ ମୁମ୍ବାଇରୁ ଗିରଫ କରିଛି ସତ ହେଲେ ଏ ପର୍ଯ୍ୟନ୍ତ ପିସ୍ତଲକୁ ନେଇ ଜାରି ରହିଛି ତଦନ୍ତ । ଭାରତରେ ପିସ୍ତଲ କେବଳ ଆଇନଗତ ପ୍ରକ୍ରିୟାରେ ହିଁ ଉପଲବ୍ଧି ହୋଇଥାଏ । ତାହା ପୁଣି କେବଳ କେତେକ ସରକାରୀ ସିକୃତୀ ପ୍ରାପ୍ତ ସ୍ତରରେ । ବ୍ୟକ୍ତିଗତ ବ୍ୟବହାର ପାଇଁ ନୁହେଁ । ତେଣୁ ପୋଲିସ ଏ ନେଇ ତଦନ୍ତ ଜାରି ରଖିଛି ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପିମ୍ପରୀ ଚିଂଚୱଡ ଅନ୍ତର୍ଗତ ହିଞ୍ଜୱାଡ଼ି ଅଞ୍ଚଳରେ ଅବସ୍ଥିତ ଓୟୋ ଟାଉନ ହାଉସ ହୋଟେଲ୍ ରେ । ଏପରି ଏକ ଦୁର୍ଘଟଣା ଶନିବାର ଦିନ ଘଟି ସାରିଛି । ସୂଚନା ଅନୁସାରେ ଅଭିଯୁକ୍ତ ବୟଫ୍ରେଣ୍ଡ୍ ର ନାମ ହେଉଛି ରୁଷଭ ନିଗମ । ନିଗମ ଉତ୍ତରପ୍ରଦେଶର ଲକ୍ଷ୍ନୌ ର ବାସିନ୍ଦା ଅଟନ୍ତି । ନିହତ ମହିଳା ହେଉଛନ୍ତି ବନ୍ଦନା ଦ୍ବିବେଦୀ । ବନ୍ଦନା ହିଞ୍ଜୱାଡ଼ି ସ୍ଥିତ ଏକ ନାମକରା ଆଇଟି ଫାର୍ମରେ କାମ କରୁଥିଲେ । 

ଉଭୟଙ୍କ ମଧ୍ୟରେ ୧୦ ବର୍ଷର ପ୍ରେମ ସମ୍ପର୍କ ରହିଥିଲା । ଜାନୁୟାରୀ ୨୫ ତାରିଖରୁ ହିଞ୍ଜୱାଡ଼ି ସ୍ଥିତ ସେହି ଓୟୋ ହୋଟେଲ୍ କୁ ଦୁହେଁ ବୁକ୍ କରିଥିଲେ । ବନ୍ଦନାଙ୍କୁ ଭେଟିବା ପାଇଁ ରୁଷଭ୍ ସେଠାକୁ ଯାଇଥିଲେ । ଦୁହେଁ ସେଠାରେ କିଛି ଦିନ ରହିବା ପରେ ଘଟିଛି ଏପରି କାଣ୍ଡ ।

ସିସିଟିଭି ଫୁଟେଜ ଅନୁସାରେ ରାତ୍ରି ପ୍ରାୟ ୧୦ ଟା ବେଳେ ୠଷଭ ହୋଟେଲ୍ ରୁମ୍ ଛାଡୁଛନ୍ତି । ସେତେବେଳକୁ ସେ ବନ୍ଦନାଙ୍କୁ ଗୁଳି ମାରି ହତ୍ୟା କରି ସାରିଥିଲେ । ହତ୍ୟା ପରେ ସେ ସେଠାରୁ ଫେରାର ହୋଇ ମୁମ୍ବାଇ ଚାଲି ଆସିଥିଲେ । ଯାହା ପରେ ପୋଲିସ ହତ୍ୟାକାରୀକୁ ଗିରଫ କରିବା ସହିତ ପିସ୍ତଲ ନେଇ ତଦନ୍ତ ଜାରି ରଖିଛି ।