ଟ୍ରମ୍ପଙ୍କୁ ଜିତାଇଲେ ଏଲନ୍ ମସ୍କ? ଏକାକି ଟମ୍ପଙ୍କ ପଛରେ ରାଜନୀତି ଜଗତରେ ଦେଖାଇଲେ ନୂଆ କାରନାମା, ଜାଣନ୍ତୁ କେମିତି

 

ଟ୍ରମ୍ପଙ୍କ ବିଜୟ ପଛରେ ବଡ ହାତ ରହିଛି ଏଲନ ମସ୍କଙ୍କର। ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ଏଲନ୍ ମସ୍କ। ମହାକାଶ ବିଜ୍ଞାନରେ ଇତିହାସ ରଚିଥିବା ମସ୍କ୍ ଏଥର ରାଜନୀତିରେ ନୂଆ କାରନାମା ଦେଖାଇଛନ୍ତି। ଏକାକୀ ପ୍ରଚାର କରି ଟ୍ରମ୍ପଙ୍କୁ ଆମେରିକା ରାଷ୍ଟ୍ରପତି ହେବାରେ ବଡ ଭୂମିକା ନିର୍ମାଣ କରିଛନ୍ତି। ବିଭିନ୍ନ ଆମେରେକୀୟ ଗଣମାଧ୍ୟମ କମଲା ହାରିସ ଏଥର ନିର୍ବାଚନ ଜିତିବେ ବୋଲି ଆକଳନ କରିଥିଲେ। ସରକାର ଠାରୁ ଆରମ୍ଭ କରି ସବୁ ଏଜେନ୍ସି ସରକାରୀ ଦଳର ପ୍ରତୀକକୁ ଜିତାଇବା ପାଇଁ ଲାଗି ପଡ଼ିଥିଲେ। 

ହେଲେ ସବୁକିଛି ଭୁଲ ପ୍ରମାଣିତ କରିଛନ୍ତି ସେପ୍ସେ ସେକ୍ସର ପ୍ରତିଷ୍ଠାତା ଏଲନ୍ ମସ୍କ। କୁହାଯାଏ ଶିଳ୍ପପତି ସବୁବେଳେ ସରକାରଙ୍କ ସମର୍ଥନରେ ରୁହନ୍ତି ନିଜର ବ୍ୟବସାୟିକକୁ ସୁରକ୍ଷା ଦେବା ପାଇଁ ରାଜନୀତିରେ ମୁଣ୍ଡ ଖେଳାନ୍ତି ନାହିଁ। କିନ୍ତୁ ମସ୍କ ଏହାର ସଂପୂର୍ଣ୍ଣ ଓଲଟା ନିଜର ବ୍ୟବସାୟ ଓ ଜୀବନ ଏବଂ ସବୁକିଛି ବାଜିରେ ଲଗାଇ ଟ୍ରମ୍ପଙ୍କ ସମର୍ଥନରେ ବାହାରିଥିଲେ।

ନିଜ ମାଲିକାନାରେ ଥିବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ଟ୍ରମ୍ପଙ୍କ ସପକ୍ଷରେ ବ୍ୟବହାର କରି ଟ୍ରମ୍ପଙ୍କ ବଡ ବିଜୟର କାରଣ ପାଲଟିଛନ୍ତି। ଦିନେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟୁଇଟର୍ ଟ୍ରମ୍ପଙ୍କ ଆକାଉଣ୍ଟକୁ ସପେଣ୍ଟ କରିଦେଇଥିଲା। 

ହେଲେ ପରବର୍ତ୍ତୀ ସମୟରେ ୨୦୨୨ରେ ମସ୍କ ଏହାର ମାଲିକାନା ନେବା ପରେ ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁଣିଥରେ ଚାଲିବା ପାଇଁ ଅନୁମତି ଦେଇଥିଲେ। ସେବେଠୁ ଟ୍ରମ୍ପଙ୍କ ସମର୍ଥନରେ ଟ୍ୟୁଇଟି କରି ଆସୁଛନ୍ତି ଏଲନ୍ ମସ୍କ। ଟ୍ରମ୍ପଙ୍କ ସମର୍ଥନରେ ସେ ନିରନ୍ତର ରାଲି ମଧ୍ୟ କରୁଥିବାର ଦେଖିବାକୁ ମିଳିଥିଲା। ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାରେ ମସ୍କ ଥିଲେ ଦ୍ଵିତୀୟ ବୃହତ୍ତମ ବ୍ୟକ୍ତି। ଏଥିପାଇଁ ସେ ଆଇନ ଜାଲରେ ମଧ୍ୟ ଛନ୍ଦି ହେଇଯାଇଥିଲା। ହେଲେ ଟ୍ରମ୍ପଙ୍କୁ ସମର୍ଥନ ଦେବା ବନ୍ଦ କରିନଥିଲେ। 

ସୋସିଆଲ ମିଡିଆରେ ନିଜ ଟିମ୍ ସହ ଟ୍ରମ୍ପଙ୍କ ପାଇଁ ପ୍ରଚାର କରିବା ସହିତ ଗ୍ରାଉଣ୍ଡରେ ମଧ୍ୟ ପ୍ରଚାର କରୁଥିବାର ନଜର ଆସିଥିଲେ ଏଲନ ମସ୍କ୍। ତାଙ୍କର ଏହି ଏକାଗ୍ରତା ଓ କଠିନ ପରିଶ୍ରମ ଆଜି ତାଙ୍କୁ ସଫଳତା ଦେଇଛି। ତାଙ୍କର ପରମମିତ୍ର ଟ୍ରମ୍ପ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର କମାନ ସମ୍ଭାଳିବାକୁ ଯାଉଛନ୍ତି। ଅନେକ ଅନ୍ତର୍ଜାତୀୟ ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଟ୍ରମ୍ପଙ୍କ ବିଜୟ ଏଲନ ମସ୍କଙ୍କ ବ୍ୟବସାୟୀକୁ ଅଧିକ ଗତି ଦେବ। ଡାନ୍ସ ଡିଡେକ୍ସନ ଠାରୁ ଆରମ୍ଭ କରି ନୂଆ ନୂଆ ଟେଣ୍ଡର ସବୁକ୍ଷେତ୍ରରେ ସରକାରଙ୍କ ପ୍ରଥମ ପସନ୍ଦ ରହିବେ ଏଲନ ମସ୍କ।