ପ୍ରିୟଙ୍କା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ଘଟଣାକୁ ସମାଲୋଚନା କଲେ ମେନକା ଗାନ୍ଧି, କହିଦେଲେ ଏମିତି କଥା

ହାଇଦ୍ରାବାଦ ଏନକାଉଣ୍ଟର ଘଟଣାକୁ ନେଇ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି। ମାତ୍ର ୧୦ ଦିନ ଭିତରେ ପୀଡିତାଙ୍କୁ ନ୍ୟାୟ ମିଳିଥିବାରୁ ପୁଲିସକୁ ପ୍ରଶଂସା କରିଛି ସମଗ୍ର ଦେଶ। କିନ୍ତୁ କତିପୟ ନେତା ଓ ବରିଷ୍ଠ ବ୍ୟକ୍ତିବିଶେଷ ଏହି ଏନକାଉଣ୍ଟରକୁ ବିରୋଧ କରିବା ସହ ସମାଲୋଚନା କରିଛନ୍ତି। ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ମେନକା ଗାନ୍ଧୀ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତ୍ରୀ ମାନେକା ଗାନ୍ଧୀ ହାଇଦ୍ରାବାଦ ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇଛନ୍ତି।
 

ହାଇଦ୍ରାବାଦ ଏନକାଉଣ୍ଟର ଘଟଣାକୁ ନେଇ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି। ମାତ୍ର ୧୦ ଦିନ ଭିତରେ ପୀଡିତାଙ୍କୁ ନ୍ୟାୟ ମିଳିଥିବାରୁ ପୁଲିସକୁ ପ୍ରଶଂସା କରିଛି ସମଗ୍ର ଦେଶ। କିନ୍ତୁ କତିପୟ ନେତା ଓ ବରିଷ୍ଠ ବ୍ୟକ୍ତିବିଶେଷ ଏହି ଏନକାଉଣ୍ଟରକୁ ବିରୋଧ କରିବା ସହ ସମାଲୋଚନା କରିଛନ୍ତି। ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ମେନକା ଗାନ୍ଧୀ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତ୍ରୀ ମାନେକା ଗାନ୍ଧୀ ହାଇଦ୍ରାବାଦ ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇଛନ୍ତି। ସେଠାରେ ଯାହା ଘଟିଛି ତାହା ଠିକ୍‌ ନୁହେଁ। ଗଣବଳାତ୍କାର ଘଟଣାର ସମାଧାନ ଦୋଷୀଙ୍କୁ ଏନକାଉଣ୍ଟର କରାଯିବା ନୁହେଁ। ଅଭିଯୁକ୍ତଙ୍କୁ ଏକ ନ୍ୟାୟିକ ପ୍ରକ୍ରିୟା ଦ୍ୱାରା ଦଣ୍ଡ ମିଳିବା ଉଚିତ୍‌ ଥିଲା।

ଆଇନକୁ ପୋଲିସ ନିଜ ହାତରେ ନେଇପାରିବ ନାହିଁ। ଦେଶ ପାଇଁ ଏହା ଏକ ଭୟାନକ ଘଟଣା ବୋଲି ମାନେକା କହିଛନ୍ତି। ସୂଚନାଯୋଗ୍ୟ, ହାଇଦରାବାଦ ଡାକ୍ତରାଣୀ ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଅଭିଯୁକ୍ତ ଆରିଫ, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁ ଶୁକ୍ରବାର ଭୋରରୁ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି।