ଆତଙ୍କବାଦୀ ମାନେ ଡାଇନାମଇଟ ରେ ଉଡେଇ ଦେଇଥିଲେ ବୁଦ୍ଧଙ୍କ ମୂର୍ତି, ୨୦୧୮ ରେ ପୁଣି ହସିଲେ ଭଗବାନ ବୁଦ୍ଧ ପାକିସ୍ତାନ ରେ।

ପାକିସ୍ତାନ ରେ ଗୋଟେ ଫୋଟୋ ବହୁତ ଭାଇରଲ ହଉଛି, ଯାହାକୁ ଦେଖିକି ସମସ୍ତଙ୍କ ମୁହଁରେ ଖୁସି ଆସିଯିବ। ୨୦୦୭ ରେ ତାଲିବାନ ଆତଙ୍କିମାନେ ସ୍ୱାଟ ବ୍ଳଲେ ରେ ଭଗବାନ ବୁଦ୍ଧ ଙ୍କ ମୂର୍ତି କୁ ଡାଇନାମଇଟ ରେ ନଷ୍ଟ କରିଦେଇଥିଲେ। ଏହି ମୂର୍ତି କୁ ପାହାଡ଼ କୁ କାଟି କି ତିଆରି କରାଯାଇଥିଲା। ପୁଣି ୧୧ ବର୍ଷ ପରେ ଭଗବାନ ବୁଦ୍ଧ ହସିବାର ନଜରକୁ ଆସିଲା। ପାକିସ୍ତାନ ରେ ଏହି ସ୍ଥାନ କୁ ପର୍ଯ୍ୟଟନ ସ୍ଥଳ ଭାବରେ
 

ପାକିସ୍ତାନ ରେ ଗୋଟେ ଫୋଟୋ ବହୁତ ଭାଇରଲ ହଉଛି, ଯାହାକୁ ଦେଖିକି ସମସ୍ତଙ୍କ ମୁହଁରେ ଖୁସି ଆସିଯିବ। ୨୦୦୭ ରେ ତାଲିବାନ ଆତଙ୍କିମାନେ ସ୍ୱାଟ ବ୍ଳଲେ ରେ ଭଗବାନ ବୁଦ୍ଧ ଙ୍କ ମୂର୍ତି କୁ ଡାଇନାମଇଟ ରେ ନଷ୍ଟ କରିଦେଇଥିଲେ। ଏହି ମୂର୍ତି କୁ ପାହାଡ଼ କୁ କାଟି କି ତିଆରି କରାଯାଇଥିଲା। ପୁଣି ୧୧ ବର୍ଷ ପରେ ଭଗବାନ ବୁଦ୍ଧ ହସିବାର ନଜରକୁ ଆସିଲା। ପାକିସ୍ତାନ ରେ ଏହି ସ୍ଥାନ କୁ ପର୍ଯ୍ୟଟନ ସ୍ଥଳ ଭାବରେ ତିଆରି କରାଯାଇଛି। ଏହି ମୂର୍ତି ୨୦ ଫୁଟ ଉଚତା ରେ ଅବସ୍ତିତ ଅଟେ। ଏହି ମୂର୍ତି ଅନୁମାନିକ ୧୪୦୦ ବର୍ଷ ପୁରୁଣା ଅଟେ।

ଏହି ମୂର୍ତି ନଷ୍ଟ ହେଲା ପରେ ଏହାର ନିର୍ମାଣ କାର୍ଯ୍ୟ ୨୦୧୨ ରେ ଆରମ୍ଭ ହେଇଯାଇଥିଲା। ଏହି ମୂର୍ତି କୁ ତାର ମୂଳ ରୂପକୁ ଆଣିବାକୁ ବିଭିର୍ଣ ଚରଣ ରେ କାମ କରାଗଲା। ଏହାକୁ ପୁଣି ପୁରୁଣା ରୂପ ଦେବାରେ ୨୦ କୋଟି ଟଙ୍କା ଖର୍ଚ୍ଚ ହେଲା। ଏହି ମୂର୍ତି କୁ ଇଟାଲୀ ର ବିଶେଷଜ୍ଞ ମାନେ ତିଆରି କଲେ।

ସେମାନେ ଏହି ମୂର୍ତି କୁ 3D ଟେକ୍ନୋଲୋଜି ରେ ତିଆରି କଲେ। ସେମାନେ ଭଗବାନ ବୁଦ୍ଧ ଙ୍କ ଚେହେରାର କିଛି ଚିହ୍ନ ଛାଡିଛନ୍ତି। ଯାହାଦ୍ୱାରା ଲୋକମାନଙ୍କୁ ଜଣାପଡିବ ଯେ ମୂର୍ତି କୁ ନଷ୍ଟ କରିବା ପାଇଁ ଚେଷ୍ଟା କରାଯାଇଥିଲା। ମୂର୍ତି କୁ ନୂଆ ରୂପ ଦିଅ ଯାଇଛି।

ବୁଦ୍ଧ ପ୍ରତିମା ର ଯାନକାର ୭୯ ବର୍ଷୀୟ ପ୍ରବେଶ ସହିନ କହିଲେ “ଏମିତି ଲାଗିଲା ଯେମିତି ସେମାନେ ମୋ ପିତା ଙ୍କ ହତ୍ୟା କରିଦେଲେ। ସେମାନେ ଆମ ସଂସ୍କୃତି ଆଉ ଇତିହାସ କୁ ଆକ୍ରମଣ କରିଥିଲେ। ଆମେ ସମସ୍ତଙ୍କୁ ଭଲପାଉ, କୌଣସି ଧର୍ମ କୁ ଘୃଣା କରୁନୁ, ଘୃଣା କଲେ କଣ ମିଳେ?”

ତାଲିବାନ ର ଆତଙ୍କବାଦୀ ମାନେ ଆଫଗାନିସ୍ତାନ ରେ ବମୀୟାନ ରେ ବି ବୁଦ୍ଧ ପ୍ରତିମା କୁ ଡାଇନାମଇଟ ରେ ନଷ୍ଟ କରିଦେଇଥିଲେ। ଯେଉଁଥିରେ ଗୋଟେ ମୂର୍ତି ୫୬ ମିଟର ଉଚ ଥିଲା।