ବିଦ୍ୟାଳୟରେ ମାତ୍ର ଜଣେ ପିଲାକୁ ପଢେଇବା ପାଇଁ ୫୦କିଲୋମିଟର ରାସ୍ତା ଅତିକ୍ରମ କରି ଆସନ୍ତି ଏହି ଶିକ୍ଷକ ଜଣଙ୍କ,କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଶିକ୍ଷକ ଯିଏ କି ପିତାମାତାଙ୍କ ପରେ ଆମର ପଥ ପ୍ରଦର୍ଶକ ହୋଇଥାନ୍ତି. ଯିଏ କି ଆମକୁ ଶିକ୍ଷା ଦାନ କରାଇଥାନ୍ତି. ଶିକ୍ଷକ ଆମକୁ ଶିକ୍ଷାଦାନ କରେଇ ଦୁନିଆରେ ନିଜ ଗୋଡରେ ଛିଡା କରେଇବା ପଛରେ ତାଙ୍କର ବଳିଦାନ ଅନେକ ରହିଥାଏ. ଆଜି ଆମେ ଆପଣଙ୍କୁ ଏଭଳି ଏକ ଶିକ୍ଷକଙ୍କ ବିଷୟରେ ବତେଇବାକୁ ଯାଉଛୁ ଯିଏ କି ମାତ୍ର ଜଣେ ପିଲାକୁ ପାଠ ପଢେଇବା ପାଇଁ ୫୦ କିଲୋମିଟର ରାସ୍ତା ଅତିକ୍ରମ କରି ପଢେଇବାକୁ ଆସିଥାନ୍ତି. ଏହି ଦୁନିଆରେ
 

ଶିକ୍ଷକ ଯିଏ କି ପିତାମାତାଙ୍କ ପରେ ଆମର ପଥ ପ୍ରଦର୍ଶକ ହୋଇଥାନ୍ତି. ଯିଏ କି ଆମକୁ ଶିକ୍ଷା ଦାନ କରାଇଥାନ୍ତି. ଶିକ୍ଷକ ଆମକୁ ଶିକ୍ଷାଦାନ କରେଇ ଦୁନିଆରେ ନିଜ ଗୋଡରେ ଛିଡା କରେଇବା ପଛରେ ତାଙ୍କର ବଳିଦାନ ଅନେକ ରହିଥାଏ. ଆଜି ଆମେ ଆପଣଙ୍କୁ ଏଭଳି ଏକ ଶିକ୍ଷକଙ୍କ ବିଷୟରେ ବତେଇବାକୁ ଯାଉଛୁ ଯିଏ କି ମାତ୍ର ଜଣେ ପିଲାକୁ ପାଠ ପଢେଇବା ପାଇଁ ୫୦ କିଲୋମିଟର ରାସ୍ତା ଅତିକ୍ରମ କରି ପଢେଇବାକୁ ଆସିଥାନ୍ତି. ଏହି ଦୁନିଆରେ ଆଜିବି ଏପରି ଶିକ୍ଷକ ଅଛନ୍ତି ,ଯିଏ କି ବିନା ଲାଭ ଏବଂ ବିନା ସ୍ୱାର୍ଥରେ ଆଜିବି ଶିକ୍ଷା ପ୍ରଦାନ କରୁଛନ୍ତି ସେ ଆଜିବି ଏହି କାମକୁ ସଚ୍ଚୋଟ ଏବଂ ପରିଶ୍ରମର ସହିତ କରୁଛନ୍ତି. ଏହାର ଉଦାହରଣ ହେଉଛନ୍ତି ରଜନୀକାନ୍ତ ମେଢେ.

ଘଟଣାଟି ହେଉଛି ମହାରାଷ୍ଟ୍ରର. ନାଗପୁରରେ ରହୁଥିବା ରଜନୀକାନ୍ତ ମେଢେ କେବଳ ଜଣେ ପିଲାକୁ ପଢେଇବା ପାଇଁ ନିଜର ଗାଡିରେ ଆସିଥାନ୍ତି. ଆସିବା ବାଟରେ ତାଙ୍କୁ ବହୁ କଷ୍ଟର ସାମନା କରିବାକୁ ପଡିଥାଏ. ଏତେ କଷ୍ଟ ସହିବା ପରେ ମଧ୍ୟ ସେ ହାର ନ ମାନି ୮ବର୍ଷ ରୁ ଏପରି କାର୍ଯ୍ୟ କରିଆସୁଛନ୍ତି. ରଜନୀକାନ୍ତ ଜଣେ ସରକାରୀ ଶିକ୍ଷକ ଅଟନ୍ତି. ୨୦୧୦ ରେ ରଜନୀକାନ୍ତଙ୍କ ପୋଷ୍ଟିଂ ପୁନେ ଠାରୁ ୬୫କିଲୋମିଟର ଦୂର ଭୋରର ଚନ୍ଦର ଗାଁ ର ପ୍ରାଥମିକ ବିଦ୍ୟାଳୟରେ ହୋଇଥିଲା. ଏହି ବିଦ୍ୟାଳୟରେ ପହଞ୍ଚିବା ପାଇଁ ଅନେକ ଗର୍ତ୍ତ ଧୂଳି ମଧ୍ୟ ଦେଇ ଯିବାକୁ ପଡିଥାଏ.

ରଜନୀକାନ୍ତ କୁହନ୍ତି ଯେ ଅଜବ ସମୟ ଆସିଗଲା. ଯେଉଁଠି ସବୁ ସୁବିଧା ଅଛି ସେଠିପିଲା ନାଂହାନ୍ତି ,ଆଉ ଯେଉଁଠି ପିଲା ଅଛନ୍ତି ସେଠି କିଛି ସୁବିଧା ନାହିଁ .ଏହି ଦୁଇ ସ୍ଥିତି ଭାରତ ପାଇଁ ଠିକ ନୁହେଁ. ଏବେ ସରକାର ଙ୍କୁ କିଛି ଏପରି କରିବାକୁ ହେବ ଯାହା ସହରୀ ସ୍କୁଲ ପରି ଆମ ଗାଁ ସ୍କୁଲ ମଧ୍ୟ ହୋଇପାରିବ. କେବଳ କାଗଜରେ ପ୍ଲାନ ବନେଇଲେ କାମ ହେବନି.

ରଜନୀକାନ୍ତ ଙ୍କୁ ଯିବା ରାସ୍ତାରେ ବହୁ ଅସୁବିଧାର ସମ୍ମୁଖୀନ ହେଇ ଯିବାକୁ ପଡିଥାଏ. ହେଲେ ବି ସବୁଦିନ କୌଣସି ପ୍ରକାରରେ ରଜନୀକାନ୍ତ ଗାଁ ସ୍କୁଲକୁ ପଢେଇବାକୁ ଯାଆନ୍ତି. ସେ ପଢେଇବାକୁ ଯାଉଥିବା ଗାଁଟି ବହୁତ ଗରିବ ଅଟେ. ପାଠପଢା ପ୍ରତି ଲୋକଙ୍କ ମନରେ କୌଣସି ଜାଗୃକତା ନାହିଁ. ସେଠାରେ କୌଣସି ପ୍ରକାରର ସରକାରୀ ସୁବିଧା ପହଞ୍ଚିନି. ରଜନୀକାନ୍ତ କହିବାନୁସାରେ ପୂର୍ବ ୨ବର୍ଷ ରୁ ସ୍କୁଲରେ କେବଳ ଜଣେ ୮ବର୍ଷ ର ଯୁବରାଜ ପଢିବାକୁ ଆସେ. ଗାଁ ରେ ବହୁତ ପିଲା ଅଛନ୍ତି କିନ୍ତୁ ସେମାନେ ପଢିବାକୁ ଅସନ୍ତି ନାହିଁ. ଯୁବରାଜକୁ ମଧ୍ୟ ବେଳେବେଳେ ଖୋଜିକି ଆଣିବାକୁ ପଡିଥାଏ.