ବଡ ଖବର: ପ୍ରିୟଙ୍କାଙ୍କୁ ହତ୍ୟା କରିଥିବା ୪ ଅଭିଯୁକ୍ତ ପୋଲିସ୍ ଗୁଳିରେ ନିହତ, ଜାଣନ୍ତୁ ପୂରା ଘଟଣା କାହିଁକି ପୋଲିସ ନେଲା ଏପରି ପଦକ୍ଷେପ

ଦେଶକୁ ଦୋହଲାଇ ଦେଇଥିବା ହାଇଦ୍ରାବାଦ୍ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ମୁଖ୍ୟ ଅଭିଯୁକ୍ତଙ୍କର ପୁଲିସ୍ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମହିଳା ଡାକ୍ତରଙ୍କ ମୃତଦେହ ଚେତନାପାଲି ଓଭରବ୍ରିଜ ତଳୁ ମିଳିଥିବା ବେଳେ ଉକ୍ତ ଓଭରବ୍ରିଜ ଉପରେ ହିଁ ସେମାନଙ୍କୁ ଏନକାଉଣ୍ଟର କରାଯାଇଛି। ସୂଚନା ଅନୁସାରେ ପୋଲିସ ଘଟଣାର ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ନେଇଥିଲା। ସେଠାରୁ ଅଭିଯୁକ୍ତମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ। ଫଳରେ ପୋଲିସ ଉପାୟ ଶୂନ୍ୟ ହୋଇ
 

ଦେଶକୁ ଦୋହଲାଇ ଦେଇଥିବା ହାଇଦ୍ରାବାଦ୍‌ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ମୁଖ୍ୟ ଅଭିଯୁକ୍ତଙ୍କର ପୁଲିସ୍‌ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମହିଳା ଡାକ୍ତରଙ୍କ ମୃତଦେହ ଚେତନାପାଲି ଓଭରବ୍ରିଜ ତଳୁ ମିଳିଥିବା ବେଳେ ଉକ୍ତ ଓଭରବ୍ରିଜ ଉପରେ ହିଁ ସେମାନଙ୍କୁ ଏନକାଉଣ୍ଟର କରାଯାଇଛି। 

ସୂଚନା ଅନୁସାରେ ପୋଲିସ ଘଟଣାର ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ନେଇଥିଲା। ସେଠାରୁ ଅଭିଯୁକ୍ତମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ। ଫଳରେ ପୋଲିସ ଉପାୟ ଶୂନ୍ୟ ହୋଇ ଏନକାଉଣ୍ଟର କରିଥିଲା । ପୋଲିସର ଏହି ଗୁଳିରେ ୪ ଜଣ ଅଭିଯୁକ୍ତ ନିହତ ହୋଇଛନ୍ତି। ସେମାନେ ହେଲେ ଆରିଫ୍, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁ।

ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ଅନ୍ୟ ଉପାୟ ନ ପାଇ ଶେଷରେ ଏନକାଉଣ୍ଟର କରିଥିଲା। ପୋଲିସର ଏହି ଏନକାଉଣ୍ଟରେ ଅଭିଯୁକ୍ତମାନେ ନିହତ ହୋଇଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୋଲିସ କମିଶନର ଏହା ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ସାରା ଦେଶରେ ଉତ୍ତେଜନା, ପ୍ରଦର୍ଶନ ହୋଇଥିଲା। ଚାରି ଜଣ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ ବୋଲି ଦାବି ହୋଇଆସୁଥିଲା। କାରଣ ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ପରେ ନିଆଁରେ ଜାଳି ଦେଇଥିଲେ।