୬୦ ବର୍ଷର ବିଧବା ମହିଳାକୁ ବିବାହ କଲା ୨୦ ବର୍ଷିୟ ଯୁବକ, ବିବାହ ପଛର କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ପ୍ରେମ ଆଗରେ ବୟସ ହାର୍ ମାନିଛି। ୬୦ ବର୍ଷର ବିଧବା ମହିଳାଙ୍କୁ ବିବାହ କରିଛନ୍ତି ୨୦ ବର୍ଷର ଯୁବକ। ଯାହା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ମୋବାଇଲ ଜରିଆରେ ସୃଷ୍ଟି ହୋଇଥିବା ଏହି ପ୍ରେମ ଶେଷରେ ବିବାହର ରୂପ ନେଇଥିଲା। ଉତ୍ତରପ୍ରଦେଶର ରାମପୁର ଜିଲ୍ଲାର ଅଜିମନଗର ଥାନା ଅଧୀନରେ ଥିବା ଜଟପୁରା ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି। ଦୁଇବର୍ଷ ପୂର୍ବେ ଜଟପୁରା ଗ୍ରାମରେ ବସବାସ କରୁଥିବା ୬୦ବର୍ଷୀୟା ମହିଳା କେଶରବତୀଙ୍କ ମୋବାଇଲ୍ ଫୋନ୍କୁ ଏକ
 

ପ୍ରେମ ଆଗରେ ବୟସ ହାର୍ ମାନିଛି। ୬୦ ବର୍ଷର ବିଧବା ମହିଳାଙ୍କୁ ବିବାହ କରିଛନ୍ତି ୨୦ ବର୍ଷର ଯୁବକ। ଯାହା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ମୋବାଇଲ ଜରିଆରେ ସୃଷ୍ଟି ହୋଇଥିବା ଏହି ପ୍ରେମ ଶେଷରେ ବିବାହର ରୂପ ନେଇଥିଲା। ଉତ୍ତରପ୍ରଦେଶର ରାମପୁର ଜିଲ୍ଲାର ଅଜିମନଗର ଥାନା ଅଧୀନରେ ଥିବା ଜଟପୁରା ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି।

ଦୁଇବର୍ଷ ପୂର୍ବେ ଜଟପୁରା ଗ୍ରାମରେ ବସବାସ କରୁଥିବା ୬୦ବର୍ଷୀୟା ମହିଳା କେଶରବତୀଙ୍କ ମୋବାଇଲ୍‌ ଫୋନ୍‌କୁ ଏକ ରଙ୍ଗନମ୍ବର ଆସିଥିଲା। ଏହି ନମ୍ବର ହରଦୋଇରେ ରହୁଥିବା ୨୦ବର୍ଷର ରାକେଶ ପାଲଙ୍କର ଥିଲା। ରଙ୍ଗନମ୍ବରରୁ କେଶରବତୀ ଓ ରାକେଶଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଫୋନ୍‌ରେ କିଛିଦିନ କଥା ହେବା ପରେ ପରସ୍ପରକୁ ପରସ୍ପରର କଥାବାର୍ତ୍ତା ଭଲ ଲାଗିଥିଲା। ଏହାପରଠାରୁ ଦୁହେଁ ଫୋନ୍‌ରେ ପ୍ରତଦିନ କଥାବାର୍ତ୍ତା ହେବା ସହିତ ଭିଡିଓ କଲ ବି କରି ଥାଆନ୍ତି। ଧୀରେଧୀରେ ଦୁହିଁଙ୍କ ସମ୍ପର୍କ ଦୃଢ଼ ହେବାକୁ ଲାଗିଥିଲା। ଯାହାକି ପରବର୍ତ୍ତୀ ସମୟରେ ପ୍ରେମରେ ପରିଣତ ହୋଇଥିଲା।

ଯୁବକ କେଶରବତୀଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କେଶରବତୀ ବି ରାକେଶଙ୍କ ଏହି ବିବାହ ପ୍ରସ୍ତାବରେ ରାଜି ହୋଇଯାଇଥିଲେ। ଏହାପରେ ଦୁହେଁ ବିବାହ କରିବା ପାଇଁ ସ୍ଥିର କରିଥିଲେ। ଗତ ଶନିବାର ରାକେଶ ପାଲ ହରଦୋଇରୁ କେଶରବତୀ ରହୁଥିବା ରାମପୁରର ଜଟପୁରା ଗ୍ରାମରେ ଯାଇ ପହଞ୍ଚିଥିଲେ। ସେଠାରେ ରାକେଶ କେଶରବତୀଙ୍କ ମଥାରେ ସିନ୍ଦୂର ପିନ୍ଧାଇ ସାତଜନ୍ମ ପାଇଁ ତାଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଥିଲେ। କେଶରବତୀଙ୍କ ଗୋଟିଏ ଝିଅ, ଯାହାଙ୍କର ଚାରିବର୍ଷ ପୂର୍ବେ ବିବାହ ସରିଛି।