ଟ୍ରମ୍ପ ଭାରତ ବିଷୟରେ କହିଦେଲେ ଏମିତି କଥା ଯାହା କେହି ଆଶା କରିନଥିଲେ, ଜାଣନ୍ତୁ କଣ କହିଲେ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ସୋମବାର ଗୁଜରାଟର ଅହମଦାବାଦରେ ପହଞ୍ଚିଛନ୍ତି। ସେଠାରେ ଥିବା ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’କାର୍ଯ୍ୟକ୍ରମରେ ସେ ଯୋଗଦେଇଛନ୍ତି। ଏହି ସମୟରେ ସେ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେବା ବେଳେ ଭାରତର ଖୁବ୍ ପ୍ରଶଂସା କରିଛନ୍ତି। ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେଇ ଟ୍ରମ୍ପ ଅନେକ କିଛି କହିଛନ୍ତି। ଏଥିସହ ସେ ନିଜର ଅଭିଭାଷଣ ସମୟରେ ବଲିଉଡର ସୁପରହିଟ୍ ଫିଲ୍ମ ଦିଲୱାଲେ ଦୁହ୍ଲୁହାନିଆ ଲେ ଜାଏଗେଂ, ଶୋଲେ, କ୍ରିକେଟର
 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ସୋମବାର ଗୁଜରାଟର ଅହମଦାବାଦରେ ପହଞ୍ଚିଛନ୍ତି। ସେଠାରେ ଥିବା ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’କାର୍ଯ୍ୟକ୍ରମରେ ସେ ଯୋଗଦେଇଛନ୍ତି। ଏହି ସମୟରେ ସେ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେବା ବେଳେ ଭାରତର ଖୁବ୍‌ ପ୍ରଶଂସା କରିଛନ୍ତି। ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେଇ ଟ୍ରମ୍ପ ଅନେକ କିଛି କହିଛନ୍ତି। ଏଥିସହ ସେ ନିଜର ଅଭିଭାଷଣ ସମୟରେ ବଲିଉଡର ସୁପରହିଟ୍‌ ଫିଲ୍ମ ଦିଲୱାଲେ ଦୁହ୍ଲୁହାନିଆ ଲେ ଜାଏଗେଂ, ଶୋଲେ, କ୍ରିକେଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ କଥା ଉଠାଇଛନ୍ତି। ସାରା ପୃଥିବୀରେ ସମସ୍ତେ ବଲିଉଡ ଫିଲ୍ମ, ଭାଙ୍ଗଡ଼ାକୁ ଭଲ ପାଉଛନ୍ତି। ସମସ୍ତେ ଚମତ୍କାର ଫିଲ୍ମ ଡିଡିଏଲ ଓ ଶୋଲେ କଥା କହୁଛନ୍ତି। ଭାରତ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ଭଳି କ୍ରିକେଟର ସୃଷ୍ଟି କରିପାରିଛି ବୋଲି ଟ୍ରମ୍ପ କହିଛନ୍ତି।

ଆମ ହୃଦୟରେ ଭାରତ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଜଣେ ଚମତ୍କାର ଲୋକ। ସେ ଭାରତର ଉନ୍ନତି ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। ଆସନ୍ତାକାଲି ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସାମଗ୍ରୀ ପାଇଁ ୩ ବିଲିୟନ ଡଲାରର ଚୁକ୍ତି ହେବ।ମୌଳବାଦୀ ଇସଲାମିକ ଆତଙ୍କବାଦରୁ ନିଜ ଦେଶର ନାଗରିକଙ୍କୁ ରକ୍ଷା କରିବା ପାଇଁ ଉଭୟ ଦେଶ ଏକାଠି କାର୍ଯ୍ୟ କରୁଛନ୍ତି। ମୋ କାର୍ଯ୍ୟକାଳ ସମୟରେ ମୁଁ ଆମେରିକାର ସେନା ବାହିନୀକୁ ଆଇଏସଆଇଏସ୍‌ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ପୂରା କ୍ଷମତା ଦେଇଛି। ଆଜି ଆଇଏସ୍‌ ଗଡ଼ ଧ୍ୱଂସ ହୋଇଯାଇଛି। ଆଇଏସ ମୁଖ୍ୟ ଅବୁ ବକର ଅଲ ବାଗଦାଦୀ ନିହତ ହୋଇଛି।

ଭାରତ ଓ ଆମେରିକା ଆତଙ୍କବାଦୀ ଓ ସେମାନଙ୍କ ଆଦର୍ଶ ବିରୋଧରେ ଲଢ଼େଇ କରୁଛନ୍ତି। ଖାସ ଏହି କାରଣ ପାଇଁ ମୋ ସରକାର ପାକିସ୍ତାନ ସହ ମିଶି ଆତଙ୍କବାଦୀ ସଂଗଠନକୁ ଚିହ୍ନଟ କରିବା ପ୍ରୟାସ ଆରମ୍ଭ କରିଛି। ଭାରତ ଓ ଆମେରିକା ମିଳିତ ଭାବେ ଆତଙ୍କବାଦ ବିରୋଧରେ ଲଢ଼ିବେ। ଆମକୁ ମିଳିଥିବା ଆଥିତ୍ୟକୁ ଆମେ ସର୍ବଦା ମନେ ରଖିବୁ। ଚା’ ବିକାଳୀରୁ ମୋଦିଙ୍କ ଅଭିଯାନ ଆରମ୍ଭ ହୋଇଥିଲା। ସେ ଜଣେ ଚା’ ବିକାଳୀ ଭାବେ କାର୍ଯ୍ୟ କରୁଥିଲେ। ମୋଦିଙ୍କୁ ଭାରତରେ ସମସ୍ତ ଭଲ ପାଆନ୍ତି।

ପାଞ୍ଚମାସ ତଳେ ଆମେ ଆପଣଙ୍କ ପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟେକ୍ସାସରେ ଥିବା ବିଶାଳ ଫୁଟବଲ ଷ୍ଟାଡିୟମରେ ସ୍ୱାଗତ କରିଥିଲୁ। ଆଜି ଭାରତ ଆମକୁ ବିଶ୍ୱରୁ ସବୁଠାରୁ ବଡ଼ ଷ୍ଟାଡିୟମରେ ସ୍ୱାଗତ ଜଣାଇଛି। ଆମେରିକା ଭାରତକୁ ଭଲ ପାଏ, ଆମେରିକା ଭାରତକୁ ସମ୍ମାନ ଜଣାଏ। ଆମେରିକା ସର୍ବଦା ଭାରତବାସୀଙ୍କ ବିଶ୍ୱସ୍ତ ବନ୍ଧୁ ହୋଇ ରହିବ। ମୋଦି ହେଉଛନ୍ତି ମୋ ଟ୍ରୁ ଫ୍ରେଣ୍ଡ। ଆମେ ପ୍ରତିରକ୍ଷା କ୍ଷେତ୍ରରେ ଡିଲ କରିବାକୁ ଯାଉଛି। ଆମେରିକା ଏବେ ଭାରତକୁ ସବୁଠାରୁ ବଡ଼ ଓ ଅତ୍ୟାଧୁନିକ ପ୍ରତିରକ୍ଷା ସାମଗ୍ରୀ ଯୋଗାଇ ଦେବ। ଆମେ ସବୁଠାରୁ ଭଲ ଅସ୍ତ୍ର ତିଆରି କରିଛୁ। ଏବେ ଏହାକୁ ଭାରତ ନେବ।