ସଫା ହୋଇନଥିବା ଆର୍ଟିଫିସିଆଲ ଝରଣାରେ ଖେଳିବା ପଡିଲା ମହଙ୍ଗା, ଛୁଆର ମସ୍ତିଷ୍କ ଖାଇ ସଫା କରିଦେଲେ ଆମିବା

 

ସାଧାରଣତଃ ଛୋଟ ପିଲାମାନେ ବାଲି ମାଟିରେ ଖେଳୁଥିବାର ଆପଣ ଦେଖିଥିବେ ନିଶ୍ଚିତ। କିନ୍ତୁ, ଅଳିଆ ଆବର୍ଜନା ସ୍ଥାନରେ ଖେଳିବା ମହଙ୍ଗା ପଡିପାରେ। ଏପରିକି ଏଥିପାଇଁ ଏକ ଶିଶୁର ଜୀବନ ମଧ୍ୟ ଚାଲିଯାଇଛି। ଆମେରିକା ସ୍ଥିତ ଟେକ୍ସାସର ଆର୍ଲିଂଟ୍ଟନରୁ ଏକ ଏଭଳି ଘଟଣା ସାମ୍ନା କୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

ସୂଚନା ଅନୁଯାୟୀ ପିଲାଟି ଏକ ଆର୍ଟଇଫିସାଲ ଝରଣାରେ ସାଙ୍ଗମାନଙ୍କ ସହ ଖେଳୁଥିଲା। କିନ୍ତୁ, ଝରଣାଟି ଠିକ୍ ଭାବରେ ସଫା ହୋଇନଥିବାରୁ ସେଥିରେ ଅମିବାଙ୍କ ସଂଖ୍ୟା ବଢ଼ି ଯାଇଥିଲା। ଖେଳୁଥିବା ସମୟରେ ଆମିବା ଗୁଡିକ ପିଲାଟିର ପାଟି ଏବଂ ନାକ ଦେଇ ଶରୀର ମଧ୍ୟରେ ପ୍ରବେଶ କରିଥିଲା। ଏହି ମାରାତ୍ମକ ଆମିବା ଗୁଡିକ ପିଲାଟିର ମସ୍ତିଷ୍କ ଭିତରେ ପ୍ରବେଶ କରି ତା ଖପୁରୀର କିଛି ଅଂଶ ଖାଇ ଦେଇଥିଲେ। ଫଳରେ, ଅମିବା ପ୍ରଵେଶ କରିବାର ୬ ଦିନ ପରେ ପିଲାଟିର ମୃତ୍ୟୁ ହୋଇ ଯାଇଥିଲା।

ତଥ୍ୟ ଅନୁଯାୟୀ ପିଲାଟି ମସ୍ତିଷ୍କ ରେ ବ୍ରେନ ଇଂଟିଂ ଆମିବା (Brain Eating Amoeba) ପ୍ରଵେଶ କରି ଥିବାରୁ ତାର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି। ରିପୋର୍ଟ ଅନୁଯାଇ ଏହି ପ୍ରକାରର ଆମିବା ସାଧାରଣତଃ ଗଭୀର ସମୁଦ୍ରରେ ମିଳିଥାନ୍ତି। କିନ୍ତୁ, ପ୍ରଧୂସଣ ଏବଂ ତାପମାତ୍ରା ବୃଦ୍ଧି ହେତୁ ସେମାନେ ସ୍ଥଳ ଭାଗକୁ ଆକର୍ଷିତ ହୋଇ ଆସୁଛନ୍ତି। ଏହି ଘଟଣା ସାମ୍ନାକୁ ଆସିଲା ପରେ ଟେକ୍ସାସ ବାସିନ୍ଦା ବଡ଼ ସନ୍ତର୍ପଣରେ ବସବାସ କରୁଛନ୍ତି। ଏହା ପରେ ଟେକ୍ସାସର ସମସ୍ତ ଜଳପ୍ରପାତ ଥିବା ପାର୍କ ଗୁଡିକୁ ବନ୍ଦ କରିଦିଆଯାଇଛି।