କେନ୍ଦ୍ର ସରକାର ନେବାକୁ ଯାଉଛନ୍ତି ବଡ଼ ନିଷ୍ପତ୍ତି, ଏବେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ରେ ମିଳିବ, ଜାଣନ୍ତୁ ପୁରା ଖବର

 

ରାଜ୍ୟ ହାତରେ ପେଟ୍ରୋଲ ଜିଏସଟି। ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସରକୁ ଆସିବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ସମସ୍ତ ରାଜ୍ୟ ଏ ବାବଦରେ ନିଷ୍ପତ୍ତିି ଜଣାଇବା ଦରକାର। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଯଦି ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସରକୁ ଆସିବ ତାହେଲେ ଲିଟର ପିଛା ଦର ହାରାହାରି ୨୦ ଟଙ୍କା କମିଯିବ। 

ଅର୍ଥାତ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୭୫ରୁ ୮୦ ଟଙ୍କା ମଧ୍ୟରେ ଉପଲବ୍ଧ ହେବ। ବିଭିନ୍ନ ସମୟରେ ଇନ୍ଧନକୁ ଜିଏସଟି ପରିସରଭୁକ୍ତ କରିବାକୁ ଦାବି ହୋଇଛି। ଏହାରି ଭିତରେ କେନ୍ଦ୍ର ସରକାର ରାଜ୍ୟ ଉପରେ ନିଷ୍ପତ୍ତି ଛାଡିଛନ୍ତି । ୨୦୧୭ରେ ଜିଏସଟି ଲାଗୁ ହୋଇଥିଲା। ଇନ୍ଧନଜାତ ଦ୍ରବ୍ୟ କିନ୍ତୁ ଏହାର ପରିସରଭୁକ୍ତ ହୋଇନାହିଁ। 

ଜିଏସ୍ଟି ଲାଗୁ ହେବା ପରେ ସାଧାରଣ ଜନତା ପେଟ୍ରୋଲ ପିଛା ୧୯.୭୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୨.୮୩ ଟଙ୍କା ଶସ୍ତା କରିପାରିବେ। ଦେଶର ରାଜଧାନୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୪.୭୨ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୭.୬୨ ଟଙ୍କା ରହିଛି। 

ଜିଏସ୍ଟି ଲାଗିଲେ କମିଯିବ ପେଟ୍ରୋଲ ଦର:

ଯଦି ଜିଏସ୍ଟି ଅଧୀନରେ ପେଟ୍ରୋଲ ଓ ଡିଜେଲ ଅଣାଯାଏ, ତେବେ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୭୫.୦୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୪.୭୯ ଟଙ୍କାକୁ ଖସିଯିବ। କିନ୍ତୁ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବାବଦରେ ବ୍ୟବସ୍ଥା କରିଥିଲେ ବୋଲି ଏବେର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ସ୍ପଷ୍ପ କରିଛନ୍ତି। 

ଦୁଇ ଦିନ ତଳେ ଜିଏସଟି ପରିଷଦ ବୈଠକ ଦିଲ୍ଲୀରେ ବସିଥିଲା। ଆଉ ସେହିଥିରେ କିଛି ଏଭଳି ନିଷ୍ପତି ନିଆଯାଇଥିଲା। ତେବେ ଦେଖିବାକୁ ବାକି ରହିଲା ଆଗକୁ ଯାଇ କେମିତି ଡିଜେଲ ଆଉ ପେଟ୍ରୋଲ ଜିଏଷ୍ଟି ଅନ୍ତର୍ଭୁକ୍ତ ହେଉଛି ଆଉ କେମିତି କମୁଛି ଡିଜେଲ ପେଟ୍ରୋଲ ର ଦର।