ସିବିଆଇ ରାଡାରରେ ଜୁନିଅର ଡାକ୍ତର, କାହିଁକି ସେମିନାର ହଲରେ ଶୋଇ ପଡ଼ିଲେ ଟ୍ରେନି ଡାକ୍ତର, ସାମ୍ନାକୁ ଆସିଲା ବଡ଼ ସତ, ଜାଣନ୍ତୁ

 

କୋଲକାତା ଲେଡି ଟ୍ରେନି ଡାକ୍ତରଙ୍କ ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖୁଲାସା । ଏବେ ଟିକି ନିକି କରି ସବୁ ଜିନିଷକୁ ତର୍ଜମା କରିଛି ସିବିଆଇ । ଏହା ସହିତ ଏସସି ମଧ୍ୟ । ଏବେ ସିବିଆଇର କଡା ନଜରକୁ ଆସିଛନ୍ତି ଲେଡି ଡାକ୍ତରଙ୍କ ତିନି ଜଣ ସାଙ୍ଗ ତଥା ସହପାଠି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଘଟଣାକୁ ଯଦି ଦେଖାଯାଏ , ତେବେ ଘଟଣାଟି କିଛି ଏପରି ଥିଲା । ସେଦିନ ସେମିନାର ହଲ୍ ରେ ଥିଲେ ଅଭିଯୁକ୍ତ ସଞ୍ଜୟଙ୍କ ସହିତ ଟ୍ରେନି ଡାକ୍ତର ଏବଂ ଡାକ୍ତରଙ୍କ ତିନି ଜଣ ସାଙ୍ଗ । ସେମିନାର କାର୍ଯ୍ୟକ୍ରମ ସରିବା ପରେ ଡାକ୍ତର ଜଣଙ୍କ ଡିନର ସାରି ସେହି ହଲ୍ ରେ ଶୋଇ ପଡ଼ିଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ତାଙ୍କୁ ସେହି ହଲ୍ ରେ ଏକା ଛାଡି କିପରି ତାଙ୍କ ସାଙ୍ଗ ମାନେ ସେଠାରୁ ପଳାଇଥିଲେ ? ପରେ ଯେବେ ଡାକ୍ତର ଜଣଙ୍କ ନିଦରେ ଶୋଇ ପଡ଼ିଥିଲେ ପ୍ରଥମେ ତାଙ୍କୁ ନିଦରେ ମାଡ଼ ମରା ଯାଇଥିଲା । ଏବଂ ପରେ ତାଙ୍କୁ ଦୁଷ୍କର୍ମ କରା ଯାଇଥିଲା ।

ବର୍ତ୍ତମାନ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି କି ଏତେ ନିଦ କିପରି ? ଏହା ମଧ୍ୟ ସନ୍ଦେହ କରା ଯାଉଛି କି ଏପରି ଆଉ ନୁହେଁ ତ କେହି ତାଙ୍କ ଖାଦ୍ୟରେ କିଛି ନିଶା ମିଶାଇ ଦେଇଥିଲା । ଏତେ ସବୁ ଘଟିଗଲା ହେଲେ ତାଙ୍କ ସାଙ୍ଗ ମାନେ କିଛି ଜାଣି ପାରିଲେ ନାହିଁ କିପରି ? 

ସିବିଆଇ ବର୍ତ୍ତମାନ ସନ୍ଦେହ ଘେରରେ । ପ୍ରକୃତ ଦୋଷୀ କିସ ? ଏହି ଘଟଣାରେ ତାଙ୍କ ସାଙ୍ଗ ମାନଙ୍କର ଆଉ କିଛି ହାତ ନାହିଁ ତ ? ଆଉ ଏପଟେ ଅଭିଯୁକ୍ତ ସଞ୍ଜୟ ବି କାନ୍ଦି କାନ୍ଦି କହିଛି କି ମୁଁ ଦୋଷୀ ନୁହେଁ ବରଂ ମୋତେ ଫଶା ଯାଉଛି ।