ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହେଲେ 'ବଚପନ୍ କା ପ୍ୟାର୍' ଫେମ୍ ସହଦେବ ଡିରଡୋ, ବର୍ତ୍ତମାନ ତାଙ୍କ ଅବସ୍ଥା...

 

କିଛିଦିନ ତଳେ ହିଟ୍ ହୋଇଥିବା ଗୀତ 'ବଚପନ୍ କା ପ୍ୟାର' ତ ଆପଣ ନିଶ୍ଚିତ ଭାବରେ ଶୁଣିଥିବେ। କିନ୍ତୁ, ଉକ୍ତ ଗୀତଟିକୁ ଗାଇ ଲୋକପ୍ରିୟ ହୋଇଥିବା ସହଦେବ ଡିରଡୋଙ୍କର ସଡକ ଦୁର୍ଘଟଣା ଘଟିଥିବା ଜାଣିବାକୁ ମିଳିଛି। ସହଦେବ ସୁକୁମା ସ୍ଥିତ ତାଙ୍କ ବାସଭବନ ନିକଟରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ଯେଉଁଥିରେ ତାଙ୍କର ଅବସ୍ଥା ଗୁରୁତର ହୋଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାଇ ଏହି ସଡ଼କ ଦୁର୍ଘଟଣାରେ ସହଦେବଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି ଯେଉଁଥିପାଇଁ ତାଙ୍କୁ ପ୍ରଥମେ ସୁକୁମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗଦଲପୁର ମହାରାଣୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଖବର ପାଇବା ପରେ ସୁକୁମା ଜିଲ୍ଲାପାଳ ଓ ଏସପି ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସହଦେବ ଗାଇଥିବା 'ବଚପନ୍ କା ପ୍ୟାର' ଗୀତଟି ବେସ ଭାଇରାଲ ହୋଇଥିଲା। ଏହି ଗୀତ ଉପରେ ବହୁ ନାମୀ ଦାମୀ ଅନେକ ବଲିଉଡ୍ ଷ୍ଟାର ତାଙ୍କର ଏହି ଗୀତରେ ଡ୍ୟାନ୍ସ କରିବା ସହିତ ରାପର ବାଦଶାହ ମଧ୍ୟ ତାଙ୍କୁ ନେଇ ଗୀତ ଗାଇଥିଲେ। ଏପରିକି ଖୋଦ୍ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସହଦେବଙ୍କୁ ଭେଟି ତାଙ୍କୁ ପ୍ରଂଶସା କରିଥିଲେ। ଏବେ, ଦୁର୍ଘଟଣା ଖବର ଶୁଣିବା ପରେ ସହଦେବଙ୍କ ପ୍ରଶଂସକ ମାନଙ୍କୁ ଶକ୍ତ ଧକ୍କା ଲାଗିଛି।