କିଲେ ସୁନା କିଣିନେଇ ଦୋକାନୀକୁ ଧରାଇଦେଲେ ଅନୁପମ୍ ଖେର୍ ମୁଣ୍ଡ ଥିବା ୫୦୦ ନୋଟ୍, ୧ କୋଟିର ଠକିନେଇଗଲେ, ଜାଣନ୍ତୁ ପୁରା ଘଟଣା

 

ଗୁଜରାଟ ଅହମ୍ମଦାବାଦର ସରାଫା ବଜାରରେ ଘଟିଛି ଅଭାବନୀୟ ଘଟଣା । ଏକ ଜୁଏଲାରୀ ଦୋକାନରୁ ୨୧୦୦ ଗ୍ରାମ ସୁନା କିଣିବାକୁ କହି ୧ କୋଟି ୩୦ ଲକ୍ଷର ନକଲି ନୋଟ ଦେଇଥିଲେ ୩ ଦୁର୍ବୃତ୍ତ । ବାକି ୩୦ ଲକ୍ଷ ଅଫିସରୁ ନେଇ ଆସୁଛି ବୋଲି କହିଥିଲା ଦୁର୍ବୃତ୍ତ । ଏହାପରେ ସୁନା ନେଇ ଫେରାର ହୋଇଯାଇଥିଲେ ଠକ । ସୂଚନା ଅନୁସାରେ ଅହମ୍ମଦାବାଦର ନବରଙ୍ଗପୁରା ଥାନା ଅଞ୍ଚଳର ଏକ ଜୁଏଲାରୀ ଦୋକାନରୁ ୨୧୦୦ ଗ୍ରାମ ସୁନା କିଣିବାକୁ କହି ୧କୋଟି ୩୦ ଲକ୍ଷର ନକଲି ନୋଟ ଦେଇଥିଲେ ୩ ଦୁର୍ବୃତ୍ତ।

ଏଠାରେ ଥିବା ଏକ ସୁନା ଦୋକାନରୁ ମହାତ୍ମା ଗାନ୍ଧିଜୀଙ୍କ ବଦଳରେ ଅଭିନେତା ଅନୁପମ ଖେରଙ୍କ ଫଟୋ ଲାଗିଥିବା ଏଭଳି ନକଲି ନୋଟ ଦେଇ ଠକିଛନ୍ତି ୩ ଧୂର୍ତ୍ତ ଠକ। ପାଖାପାଖି ୧ କୋଟି ୯୦ ଲକ୍ଷ ଟଙ୍କାର ୨ କିଲୋ ସୁନା ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଘଟଣାକୁ ନେଇ ନିଜେ ଅନୁପମ ଖେର ମଧ୍ୟ ଏକ ପୋଷ୍ଟ ଶେୟାର କରି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଘଟଣାକୁ ନେଇ ନିଜେ ଅନୁପମ ଖେର ମଧ୍ୟ ଏକ ପୋଷ୍ଟ ଶେୟାର କରି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଖବର ସାମ୍ନାକୁ ଆସିବା ପରେ ଅନୁପମ ଖେର ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, "ପାଞ୍ଚ ଶହ ଟଙ୍କିଆ ନୋଟରେ ଗାନ୍ଧୀଜୀଙ୍କ ଫଟୋ ଜାଗାରେ ମୋ ଫଟୋ ???? କିଛି ବି ହୋଇପାରେ"!

ସିଜି ରୋଡ ସ୍ଥିତ ଲକ୍ଷ୍ମୀ ଜୁଏଲାରୀର ମ୍ୟାନେଜର ପ୍ରଶାନ୍ତ ପଟେଲ ସରାଫାର ଦୋକାନୀ ମେହୁଲ ଠକ୍କରଙ୍କୁ ପଟେଲ କାନ୍ତିଲାଲ ମଦନ ଲାଲଙ୍କ ଫାର୍ମରୁ ୨୧୦୦ ଗ୍ରାମ ସୁନା ଦେବାକୁ କହିଥିଲେ । ମେହୁଲ ନିଜ କର୍ମଚାରୀ ଭରତ ଯୋଶୀଙ୍କୁ ୨୧୦୦ ଗ୍ରାମ ସୁନା ମଦନଲାଲ ଫାର୍ମରୁ ଆଣିବା ପାଇଁ ପହଞ୍ଚିଥିଲେ । ଭରତ ସେଠାରେ ପହଞ୍ଚିବା ପରେ ଜଣେ ବ୍ୟକ୍ତି କାଉଣ୍ଟିଂ ମେସିନ ଦେଇଥିଲେ । ଅନ୍ୟ ଜଣେ ବ୍ୟକ୍ତି ଭରତଙ୍କ ଠାରୁ ସୁନା ନେଇଥିବା ବେଳେ ତୃତୀୟ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ବାହାର କରି ଗଣିବା ପାଇଁ କହିଥିଲେ । ଆଉ କହିଥିଲେ, ଏଥିରେ ୧.୩୦ କୋଟି ଟଙ୍କା ରହିଛି, ବାକି ୩୦ ଲକ୍ଷ ଅଫିସରୁ ନେଇ ଆସୁଛି ।

ଏହାପରେ ଭରତଙ୍କ ଆଖିରେ ଧୂଳି ଦେଇ ପାଖାପାଖି ୧ କୋଟି ୯୦ ଲକ୍ଷ ଟଙ୍କାର ୨ କିଲୋ ସୁନା ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ତେବେ ନୋଟ ଗଣତି ବେଳେ ୫୦୦ ଟଙ୍କିଆ ନୋଟ୍‌ରେ ଗାନ୍ଧିଜୀଙ୍କ ଫଟୋ ବଦଳରେ ଅନୁପମ ଖେରଙ୍କ ଫଟୋ ଦେଖି ଚକିତ ହୋଇପଡିଥିଲେ ସୁନା ଦୋକାନୀ । ଏହାପରେ ଥାନାରେ ଏତଲା ଦେଇଛନ୍ତି ଦୋକାନ ମାଲିକ ।

ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି । ନୋଟ୍ ଅନୁପମ ଖେରଙ୍କ ଫୋଟ ଥିବା ସହ ରିର୍ଜଭ ବ୍ୟାଙ୍କ ସ୍ଥାନରେ ରେସୋଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲେଖାଯାଇଛି । ୩ ଠକ ଫେରାର ଥିବା ବେଳେ ପୋଲିସ ତନାଘନା ଜାରି ରଖିଛି।