ଘଣ୍ଟା ଘଣ୍ଟା ଧରି ତଳେ ପଡିରହି ମରିବାର ଅଭିନୟ କଲେ, ତଥାପି ଗୁଳି କରି ମାରିଦେଲେ ହମାସ୍ ଆତଙ୍କବାଦୀ, ଜାଣନ୍ତୁ ପୁରା ଘଟଣା

 
ହମାସ ଆତଙ୍କବାଦୀଙ୍କର ନିର୍ମମ ହତ୍ୟା। କେବଳ ଜୀବିତ ଲୋକଙ୍କୁ ନୁହେଁ ମୃତ ଶବ ଉପରେ ବି ଆଖି ବୁଜା ଗୁଳି ମାଡ କରିଥିଲେ ହମାସ ଆତଙ୍କବାଦୀ। ମାନବିକତାର ଚରମ ସୀମା ଲଙ୍ଘି ଯାଇଛି ହମାସର ଇସ୍ରାଏଲ ଉପରେ ଆକ୍ରମଣ। ଇସ୍ରାଏଲର ଭୂମିକୁ ଯେପରି ବନାଇ ଦେଇଛି ଶ୍ମଶାନ। ସବୁ ଆଡ଼େ ଖାଲି ହାହା କାର। ଏପରି ସାଧାରଣ ଲୋକଙ୍କୁ ମାରି କି ଲାଭ ମିଳୁଛି ଏ ଆତଙ୍କବାଦୀ ଗଠନକୁ ତା କେବଳ ହୁଏ ତ ସେମାନେ ହିଁ କହି ପାରିବେ।

ଇସ୍ରାଏଲ ଆକ୍ରମଣର ଆଉ ଏକ ହୃଦୟଥରା ଦୃଶ୍ୟ ଆସିଛି ଆଖି ସାମ୍ନାକୁ। ଇସ୍ରାଏଲ ପ୍ରଥମେ ଆକ୍ରମଣ କରିଥିଲା ଗାଯା ସୀମା ନିକଟ ଅଞ୍ଚଳରେ ହେଉଥିବା ପିସ୍ ମ୍ୟୁଜିକ ଫେଷ୍ଟିଭାଲର ଯୁବ ସଂଗଠନକୁ। ଏହି ଶୋରେ ଅନ୍ୟ ମାନଙ୍କ ସହିତ ଇସ୍ରାଏଲର ଜଣେ ପ୍ରଖ୍ୟାତ ଟିଭି ଆଙ୍କର ମାୟନ୍ ଆଡମଙ୍କ ସାନ ଭଉଣୀ ମଧ୍ୟ ରହିଥିଲେ। ଆକ୍ରମଣର ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ତାହା ହୁଏ ତ ବର୍ଣ୍ଣନା କରିବା ଅସମ୍ଭବ। ଅନୁଭବକାରୀ ମାନଙ୍କ ବର୍ଣ୍ଣନା ହୃଦୟକୁ ଥରାଇ ଦେଇଛି। 

ସେଠାରେ ଆକ୍ରମଣ ସମୟରେ ମାୟନଙ୍କ ସାନ ଭଉଣୀ ଏକ ଟ୍ରକ ତଳେ ନିଜ ବୟ ଫ୍ରେଣ୍ଡ୍ ସହିତ ମରି ଯାଇଥିବା ପରି ବହୁ ସମୟ ଧରି ପଡ଼ି ରହିଥିଲେ। ହେଲେ ଏ ଆତଙ୍କବାଦୀଙ୍କ ଠାରୁ ବଞ୍ଚାଇ ପାରି ନ ଥିଲେ ନିଜ ଜୀବନକୁ। ଆତଙ୍କବାଦୀଙ୍କ ଆଖିବୁଯା ଗୁଳି ଚାଳନାରେ ନିଜ ବୟଫ୍ରେଣ୍ଡ୍ କାନ୍ଧ ଉପରେ ଚିର ଦିନ ପାଇଁ ଆଖି ବୁଜି ଦେଇ ଥିଲେ ସେ।

ସମ୍ପୂର୍ଣ ଘଟଣାଟିକୁ ମାୟନ ଆଡମ ଏବେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ନିର୍ମମ ହତ୍ୟା କାଣ୍ଡର ଭୟାବହତା ଯେ କେତେ ରହିଥିଲା ଓ ଏବେ କିପରି ଇସ୍ରାଏଲର ଲୋକ ନିଜ ପ୍ରିୟ ଜନ ମାନଙ୍କୁ ହରାଇ ଜୀବନ ବିତାଉଛନ୍ତି ସେ ବିଷୟରେ ମଧ୍ୟ କହିଛନ୍ତି।