ଠକେଇର ନୂଆ ତରିକା! ୟୁଜ୍ କଣ୍ଡୋମ ଦେଖାଇ ୬୩ ହୋଟେଲରୁ ଠକିଦେଲେ, ପୁରା ଘଟଣା ଜାଣି ହେବେ ତାଜୁବ୍

 

ଠକିବା ପାଇଁ ଲୋକେ ଅନେକ ପ୍ରକାର ତରିକା ଆପଣାଉଥିବା ଆପଣ ଦେଖିଥିବେ, କିନ୍ତୁ ଚୀନର ଯୁବକ ଜଣକ ଏଭଳି କିଛି ତରିକା ଆପଣାଇଛନ୍ତି ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଚୀନର ଏକ ଛାତ୍ର ହୋଟେଲ ରୁମରେ ବ୍ୟବହୃତ କଣ୍ଡମ ଏବଂ ମଲା ଅସରପା ଦେଖାଇ ସଫା କରିବା ବାହାନରେ ଟଙ୍କା ରୋଜଗାର କରୁଥିଲା । ୟୁନିଭରସିଟିରେ ଫି ଦେବା ପାଇଁ ଛାତ୍ରଜଣକ ଏଭଳି ପନ୍ଥା ଆପଣାଇଥିବା ଜଣାପଡିଛି । 

ହୋଟେଲରେ କଣ୍ଡୋମ ବ୍ୟବହାର କରି ମାଗଣା ରହଣି ମାଗଣା ରହଣି ପାଇଁ ଷଡଯନ୍ତ୍ର କରିଥିଲା ୨୧ବର୍ଷୀୟ ଯୁବକ। ଏକ ମିଡିଆ ରିପୋର୍ଟ ଅନୁସାରେ,  ଜେଜିଆଙ୍ଗ ପ୍ରଦେଶର ତାଇଜୋ ସହରରୁ ଜିଆଙ୍ଗ ନାମକ ଏହି ଯୁବକ ସେପ୍ଟେମ୍ବରରୁ ୧୦ ମାସ ପର୍ଯ୍ୟନ୍ତ ଅନେକ ହୋଟେଲରେ ରହି ଠକିଥିଲେ । ଅନେକ ଥର ସେ ଗୋଟିଏ ଦିନରେ ତିନି-ଚାରି ହୋଟେଲରେ ଚେକ୍ ଇନ୍ କରୁଥିଲେ । 

ହୋଟେଲ ରୁମରେ ଅପରିଷ୍କାର ପ୍ରଦର୍ଶନ କରି ସେ ହୋଟେଲ ପରିଚାଳନାକୁ ଅନଲାଇନ୍ ବଦନାମ କରିବା ପାଇଁ ଧମକ ଦେଇ ଟଙ୍କା ରୋଜଗାର କରୁଥିଲେ। ପୋଲିସର ସୂଚନାନୁସାରେ, ଜିଆଙ୍ଗ ଏହି ଜାଲିଆତି ପାଇଁ ମୃତ କୀଟ, କେଶ ଏବଂ ବ୍ୟବହାର ହୋଇଥିବା କଣ୍ଡୋମ ଭଳି ସାମଗ୍ରୀ ସଂଗ୍ରହ କରୁଥିଲେ। କୋଠରୀର ଖରାପ ପରିଷ୍କାରତା ପାଇଁ ସେ ହୋଟେଲ ମ୍ୟାନେଜରମାନଙ୍କୁ ଦାୟୀ କରିଥିଲେ ଏବଂ କ୍ଷତିପୂରଣ ଦାବି କରିଥିଲେ। 

ତେବେ ଅଗଷ୍ଟରେ ହୋଟେଲ ମ୍ୟାନେଜର ତାଙ୍କୁ ୪୦୦ ୟୁଆନ ଦେବା ପରେ ସେ ପୋଲିସକୁ ଖବର ଦେଇଥିଲେ । ତେବେ ବ୍ୟକ୍ତିଜଣକ ନଭେମ୍ବର ମାସରେ ମଧ୍ୟ ୩୮୦ରୁ ଅଧିକ ହୋଟେଲରେ ଠକେଇ କରିଥିବା ଜଣାପଡିଛି । ୬୩ ହୋଟେଲରୁ ୫୨ହଜାର ଡଲାର ଠକେଇ କରିଥିବା ଜଣାପଡିଛି ।