ଭାରତୀୟ ନୋଟରେ ବଦଳିବ ମହାତ୍ମା ଗାନ୍ଧୀଙ୍କ ଫଟୋ! ରହିବ ଅବଦୁଲ କଲାମ ଓ ରବିନ୍ଦ୍ରନାଥ ଟାଗୋରଙ୍କ ଫଟୋ, ଜାଣନ୍ତୁ ପୂରା ଖବର

 

ନୋଟ ଗୁଡିକ ଉପରୁ ହଟିଯିବ ମହାତ୍ମା ଗାନ୍ଧୀଙ୍କ ଫୋଟୋ? ଗତ କିଛିଦିନ ହେବ ଗଣମାଧ୍ୟମରେ ଏଭଳି କିଛି ଖବର ପ୍ରକାଶ ପାଇଥିବା ବେଳେ ଏଥିନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଥିଲା। ତେବେ, ଏହି ପ୍ରସଙ୍ଗରେ ଉଠୁଥିବା ସମସ୍ତ ଖବରକୁ ସୋମବାର ଦିନ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତରଫରୁ ଖଣ୍ଡନ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ମୁଦ୍ରା ଗୁଡିକରେ ବଡ଼ ଧାରଣର ପରିବର୍ତ୍ତନ ଆସିବ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ମହାତ୍ମା ଗାନ୍ଧୀଙ୍କ ଫୋଟୋ ବଦଳରେ ନୋବେଲ ପୁରସ୍କାରପ୍ରାପ୍ତ ସାହିତ୍ୟକାର ରବୀନ୍ଦ୍ରନାଥ ଟାଗୋର ଏବଂ ଦେଶର ଏକାଦଶ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଚିତ୍ରକୁ ନୋଟ ଗୁଡିକରେ ସ୍ଥାନ ଦିଆଯିବ ବୋଲି ଚର୍ଚ୍ଚା ହେଉଥିଲା।

 ତେବେ, ବର୍ତ୍ତମାନ ପ୍ରଚଳିତ ଭାରତୀୟ ମୁଦ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆରବିଆଇ ସ୍ପଷ୍ଟ କରିଛି। ନୋଟ ଗୁଡିକରେ ଏଭଳି କିଛି ପରିବର୍ତ୍ତନ ହେବ ବୋଲି କିଛି ପ୍ରସ୍ତାବ ଆସିନାହିଁ ବୋଲି ରିଜର୍ଭ ବ୍ୟାଙ୍କ ପ୍ରମୁଖ ସ୍ପଷ୍ଟ କରିଛନ୍ତି।