ନିର୍ବାଚନରେ ନବଜୋତ ସିଂହ ସିଦ୍ଧୁ ହାରିଯିବା ପରେ, ଏଥର ଆଉ ବାହା ହେବେନି ଝିଅ ରାବିୟା, କହିଲେ ମୁଁ...

 

ନିର୍ବାଚନ ପୂର୍ବରୁ ଜୋରଦାର ପ୍ରଚାର କରିଥିଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ପୂର୍ବଥର ଭଳି ସେ ହିଁ ଜିତିବେ ବୋଲି ଆଶା ରଖିଥିଲେ। କେବଳ ଏତିକି ନୁହେଁ ନବଜୋତଙ୍କର ଝିଅ ପ୍ରଚାର ସମୟରେ ଏତେ ମାତ୍ରାରେ ଭାବପ୍ରବଣ ହୋଇପଡ଼ିଥିଲେ ଯେ ବାପା ଜିତିଲେ ହିଁ ସେ ବିବାହ କରିବେ ନହେଲେ ବିବାହ କରିବେ ନାହିଁ ବୋଲି ଖୋଲା ମଞ୍ଚରେ ପ୍ରଚାର କରିଥିଲେ।

ତେବେ, ନିର୍ବାଚନ ସମୟରେ ସବୁ କିଛି ଓଲଟପାଲଟ ହୋଇଯାଇଛି। ପଞ୍ଜାବ ବିଧାନସଭା ନିର୍ବାଚନରେ ନବଜୋତ ସିଂହ ସିଦ୍ଧୁ ଅମୃତସର ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ, ଚଳିତ ନିର୍ବାଚନରେ ସେ ଆପ୍‌ର ପ୍ରାର୍ଥୀ ଜୀବନଜ୍ୟୋତି କୌରଙ୍କ ଠାରୁ ୬୭୫୦ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଛନ୍ତି।

ନବଜୋତ ସିଂହ ସିଦ୍ଧୁ ତ ନିର୍ବାଚନରେ ଜିତିପାରିଲେ ନାହିଁ କିନ୍ତୁ ତାଙ୍କର ଝିଅ ଯେଉଁ ଭାବନାତ୍ମକ ଡାଏଲଗ୍ ମାରିଥିଲେ ତାହାର କଣ ହେବ? କଣ ସତରେ ବାପାଙ୍କର ପରାଜୟ ପରେ ରାବିୟା ବିବାହ କରିବେ ନାହିଁ?