ଚୁଟିବାନ୍ଧି ଯିବା ହେଲା ବାରଣ, ଝିଅମାନେ ସ୍କୁଲକୁ ଚୁଟିବାନ୍ଧି ଆସିବାରୁ ପୁଅମାନେ ହେଉଛନ୍ତି ଉତ୍ତେଜିତ, ଜାଣନ୍ତୁ ପୂରା ଖବର

 

ଭାରତରେ ସାଧାରଣତଃ ଝିଅମାନଙ୍କୁ ସ୍କୁଲକୁ ଚୁଟି ବାନ୍ଧି ଆସିବାକୁ କୁହାଯାଇଥାଏ। କିନ୍ତୁ, ଦୁନିଆରେ ଏଭଳି ମଧ୍ୟ ଏକ ଦେଶ ରହିଛି ଯେଉଁଠାରେ ଝିଅ ମାନଙ୍କୁ ଚୁଟି ବାନ୍ଧି ସ୍କୁଲକୁ ଆସିବା ପାଇଁ ବାରଣ କରା ଯାଇଥାଏ। ଅନ୍ୟ କୌଣସି ଦେଶ ନୁହେଁ ବରଂ ଜାପାନର ସ୍କୁଲ ଗୁଡିକରେ ହିଁ ଏଭଳି ନିୟମ ଅବଲମ୍ବନ କରାଯାଇଛି। କେବଳ ଚୁଟି ବାନ୍ଧିବା ନୁହେଁ ବରଂ ଅନ୍ତବସ୍ତ୍ର ଏବଂ ସ୍କର୍ଟକୁ ନେଇ ମଧ୍ୟ ଏଠାରେ ଅଜବ ନିୟମ ପାଳନ କରାଯାଉଅଛି।

ଦ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାଇ, ଜାପାନରେ ୧୮୭୦ ମସିହାରୁ ସ୍କୁଲରେ ଚୁଟି ବାନ୍ଧିବାକୁ ବାରଣ କରାଯାଇଛି। ୨୦୨୦ ରେ ଫୁକୁଓକା ଅଞ୍ଚଳରେ କରାଯାଇଥିବା ଏକ ସର୍ଭେରୁ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଝିଅମାନେ ଚୁଟି ବାନ୍ଧି ଆସିଲେ ସେମାନଙ୍କର ବେକ ଦେଖାଯାଇଥାଏ ଯାହା ପୁଅମାନଙ୍କୁ ଆକୃଷ୍ଟ କରାଇଥାଏ ବୋଲି ଜଣାପଡ଼ିଛି।

କେବଳ ଏତିକି ନୁହେଁ ଏଠାରେ ସ୍କୁଲ ଛାତ୍ରୀମାନଙ୍କୁ ଚୁଟି ରଙ୍ଗ କରିବାକୁ ବାରଣ କରାଯାଇଛି। କେବଳ ଏତିକି ନୁହେଁ ଛାତ୍ରୀମାନେ କେବଳ ଧଳା ରଙ୍ଗର ଅନ୍ତବସ୍ତ୍ର ପିନ୍ଧିପାରିବେ ବୋଲି ନିୟମ କରାଯାଇଛି। ଜାପାନରେ ଏହି ନିୟମକୁ ଜୋର ଜବରଦସ୍ତ ଲାଗୁ କରାଯାଇଥିଲା। ଏହି ନିୟମକୁ ‘ବ୍ଲାକ ରୁଲ୍ସ’ ବୋଲି କୁହାଯାଇଥାଏ ଯାହାକି ଏପର୍ଯ୍ୟନ୍ତ ସୁଦ୍ଧା ସେଠାକାର ସ୍କୁଲ ଗୁଡିକରେ ପାଳନ କରାଯାଇଥାଏ।