ମାରିବାକୁ ପ୍ରସ୍ତୁତ ପୁଟିନ: ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ୟୁକ୍ରେନରେ ଏମିତି ଜାଲ ବିଛାଇଛି ଋଷ

 

ଦ୍ଵିତୀୟ ଥର ପାଇଁ ଶାନ୍ତି ଆଲୋଚନା ବିଫଳ ହେବାପରେ ଏବେ ନବମ ଦିନରେ ପହଞ୍ଚି ଯାଇଛି ୟୁକ୍ରେନ-ଋଷ ମହାଯୁଦ୍ଧ। ଗୋଟିଏ ପଟେ ଋଷ ନିଜର ପ୍ରକୃତ ସାମରିକ ଶକ୍ତି ଦେଖାଇବା ଆରମ୍ଭ କରିଥିବା ବେଳେ ୟୁକ୍ରେନର ଅନେକ ସହର ଖାସ୍ କରି ରାଜଧାନୀ କ୍ୱିଭ୍ ବୋମା ଏବଂ ମିସାଇଲ ଆକ୍ରମଣରେ ଧ୍ୱଂସ-ବିଧ୍ଵଂସ ହୋଇ ସାରିଲାଣି। ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ପାଇଁ ଋଷ ସ୍ୱତନ୍ତ୍ର ଦଳ ପଠାଇଥିବା ଶୁଣିବାକୁ ମିଳିଛି।

ଖବର ଅନୁଯାଇ ଋଷ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ଘାତକ "ୱାଗନର୍ ଗ୍ରୁପ" କୁ ନିର୍ଦେଶ ଦେଇଛି। ଏହି ଘାତକ ଗ୍ରୁପଟି ଋଷର ଗୋଇନ୍ଦା ସଂସ୍ଥା ଦ୍ୱାରା ପ୍ରଶିକ୍ଷଣ ଦିଆଯାଇଛି। ପୁଟିନଙ୍କର ଜଣେ ଅତି ନିକଟତର ବନ୍ଧୁ ଏହି ଗ୍ରୁପଟିକୁ ପରିଚାଳନା କରୁଥିବା ବେଳେ ସେମାନେ ସିଧାସଳଖ ଭାବରେ ଆଫ୍ରିକାରୁ ୟୁକ୍ରେନରେ ପହଞ୍ଚି ସାରିଥିବା କୁହାଯାଉଛି।

ଏହି ଘାତକ ଗ୍ରୁପରେ ୪ ହଜ଼ାର ସୈନିକ ଥିବାବେଳେ କେବଳ କ୍ୱିଭରେ ୪୦୦ ଶହରୁ ଅଧିକ ସୈନିକ ମୁତୟନ କରାଯାଇଥିବା କୁହାଯାଉଛି। ଏମାନେ ପ୍ରଥମେ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ଅନ୍ୟକିଛି ୟୁକ୍ରେନିୟ ମନ୍ତ୍ରୀଙ୍କୁ ନିଜର ଟାର୍ଗେଟ କରିବେ ଓ ପରେ ୟୁକ୍ରେନର ବିଭିନ୍ନ ସହରରେ ମୃତ୍ୟୁର ତାଣ୍ଡବଲୀଳା ରଚିବେ ବୋଲି ଅନୁମାନ କରାଯାଉଛି।