ଦେଖନ୍ତୁ ଭିଡ଼ିଓ: ତାପମାତ୍ରା ଏତେ ଯେ ବାଲିରେ ସେକି ହୋଇଯାଉଛି ପାମ୍ପଡ଼! ତଥାପି ସୀମାରେ ଜଗି ରହିଛନ୍ତି ବୀର ଯବାନ

 

ଚଳିତବର୍ଷ ଗ୍ରୀଷ୍ମଋତୁରେ ପ୍ରଚଣ୍ଡ ରୌଦ୍ରତାପର ସମ୍ମୁଖୀନ ହେବାକୁ ପଡୁଛି। ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପି ଯାଉଥିବା ଦେଖିବାକୁ ମିଳୁଛି। ତେବେ, ରାଜସ୍ଥାନର ଥାର୍ ମରୁଭୂମି ଭଳି ସ୍ଥାନରେ ଏହି ତାପମାତ୍ରା ୪୭ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚି ଯାଉଛି। ଏହା ସତ୍ତ୍ୱେ ଆମ ଦେଶର ବୀର ଯବାନମାନେ ଏଠାରେ ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଲାଉଛନ୍ତି।

ତେବେ, ଯବାନମାନେ ପ୍ରଚଣ୍ଡ ଉତ୍ତାପର ଉଦାହରଣ ଦେଖାଇବାକୁ ଯାଇ ଏକ ନିଆରା ପରୀକ୍ଷଣ କରିଥିଲେ। ଏହି ପରିକ୍ଷଣରେ ସେମାନେ କେତୋଟି ପାମ୍ପଡ଼କୁ ଗରମ ବାଲି ଭିତରେ ପୋତି ଦେଇଥିଲେ। ପ୍ରାୟ ୧୦ ମିନିଟ ପରେ ବାହାର କରିବା ବେଳକୁ ସେଗୁଡିକ ଭଲ ଭାବରେ ସେକି ହୋଇଯାଇଥିଲା। ଜଣେ ଯବାନ ସେକା ହୋଇଥିବା ଏକ ପାମ୍ପଡ଼କୁ ଗୁଣ୍ଡ କରି ଏହାର ଉଧାରଣ ଦେଇଥିଲେ। ଦେଖନ୍ତୁ ଭିଡ଼ିଓ:-

<a href=https://youtube.com/embed/w_7WwkDy19M?autoplay=1><img src=https://img.youtube.com/vi/w_7WwkDy19M/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="750"> ରାଜସ୍ଥାନର ବିକାନର୍ ଅଞ୍ଚଳରେ ଏହି ଭିଡ଼ିଓଟିକୁ ରେକର୍ଡ଼ କରାଯାଇଥିବା ବେଳେ ଏଠାରେ ତାପମାତ୍ରା ୪୭ ଡିଗ୍ରୀରୁ ଅଧିକ ହୋଇ ଯାଉଥିବା ନେଇ ସୂଚନା ଦିଆଯାଇଛି। ତେବେ, ଏତେ ଗରମ ସତ୍ତ୍ୱେ ସୀମିତ ସୁବିଧାରେ ଆମ ବୀର ଯବାନମାନେ ଦେଶର ସୀମାକୁ ଜଗି ରହିଛନ୍ତି। ସେଠାରେ ଯବାନମାନଙ୍କୁ ଉତ୍ତାପରୁ ବଞ୍ଚାଇବା ପାଇଁ ବିଏସଏଫ ପକ୍ଷରୁ ମଞ୍ଚା ବାନ୍ଧି କୁଲର୍‌ ଲଗାଯାଇଥିବା ନେଇ ସୂଚନା ମିଳିଛି।