ଆସିଲା ନୂଆ ଟ୍ରାଫିକ୍ ନିୟମ, ଏଣିକି ସବୁ କାଗପତ୍ର ଓ ହେଲ୍‌ମେଟ୍ ପିନ୍ଧିଥିଲେ ବି କଟିବ ୨୦୦୦ ଟଙ୍କାର ଚାଲାଣ, ଜାଣନ୍ତୁ କାହିଁକି

 

ଆପଣଙ୍କ ଗାଡିର ସବୁ କାଗଜପତ୍ର ଠିକ ଥିଲେ ଏବଂ ଆପଣ ହେଲମେଟ ପିନ୍ଧିଥିଲେ ମଧ୍ୟ କଟିପାରେ ଆପଣଙ୍କ ଚାଲାଣ। ଆଶ୍ଚର୍ଯ୍ୟ ହୋଇଗଲେ କି? ଆଜ୍ଞା ହଁ, ହେଲମେଟ ପିନ୍ଧିଥିଲେ ଏବଂ କୌଣସି ଟ୍ରାଫିକ ରୁଲ୍ ଭାଙ୍ଗିନଥିଲେ ମଧ୍ୟ ଯଦି ଆପଣ ଜଣେ କାର୍ଯ୍ୟରତ ଟ୍ରାଫିକ ପୋଲିସ ଅଫିସରଙ୍କ ସହିତ ଦୁର୍ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ତଣ୍ଡ ଗଣିବାକୁ ହେବ।

 ଏମିତିରେ ୧୯୪ ଡିଏମ୍‌ଭିଏ ନିୟମ ଅନୁଯାଇ, ହେଲମେଟ ନପିନ୍ଧିଲେ ୧୦୦୦ ଟଙ୍କା ଫାଇନ ପଡ଼ୁଥିଲା। କିନ୍ତୁ ଏବେ ମଟର ଭେଇକଲ୍ ଆକ୍ଟ ୧୭୯ ଅନୁଯାଇ ପୋଲିସ ସହିତ ଯୁକ୍ତିତର୍କ କିମ୍ବା ଦୁର୍ବ୍ୟବହାର କରିଲେ ଚାଲାଣ କାଟିବ ବୋଲି ସୂଚନା ଦିଆଯାଇଛି। କୌଣସି ଏକ ଟ୍ରାଫିକରେ ଯଦି ଆପଣ ନିଜକୁ ଠିକ ସାବ୍ୟସ୍ତ କରିବାକୁ ଯାଇ ପୋଲିସ ସହିତ ଦୁର୍ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ।

ଆପଣଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। କେବଳ ଯେ ଫାଇନ ତାହା ନୁହେଁ ପୋଲିସ ଏଥିପାଇଁ ଆପଣଙ୍କ ନାମରେ ଅପରାଧିକ ମାମଲା ରୁଜୁ କରି ଗିରଫ ମଧ୍ୟ କରିପାରେ। ଆପଣଙ୍କ ଚାଲାଣ କଟିଛି କି ନାହିଁ ତାହା ଜାଣିବାକୁ ହେଲେ ପ୍ରଥମେ ଆପଣଙ୍କୁ https://echallan.parivahan.gov.in/ ୱେବସାଇଟ୍ କୁ ଯିବାକୁ ହେବ। ଭେଇକିଲ୍ ନମ୍ବର ଉପରେ କ୍ଲିକ କରିବା ପରେ ସେଠାରେ ମଗାଯାଇଥିବା ସମସ୍ତ ତଥ୍ୟ ଭରି ଗେଟ୍ ଡିଟେଲ୍ସ ଅପସନ ଉପରେ କ୍ଲିକ୍ କରିଲେ ଆପଣଙ୍କୁ ଚାଲାଣର ବିବରଣୀ ମିଳିଯିବ।

ସେହିପରି ଅନଲାଇନ ଚାଲାଣ ଭରିବାକୁ ହେଲେ ଆପଣଙ୍କୁ ପ୍ରଥମେ https://echallan.parivahan.gov.in/ ୱେବସାଇଟ୍ କୁ ଯିବାକୁ ହେବ। ସେଠାରେ ଚାଲାଣର ଡିଟେଲ୍ସ ପାଇବା ପରେ ଆପଣଙ୍କୁ କ୍ୟାପ୍‌ଚା କୋଡ ଭରିବାକୁ ହେବ। ଯେଉଁ ନୂଆ ପେଜ୍ ଖୋଲିବ ସେଥିରେ ପେ ଚାଲାଣ ଅପ୍ସନ ଉପରେ କ୍ଲିକ କରି ଆପଣ ପେମେଣ୍ଟ କରିପାରିବେ।