ଏଣିକି ଫୋନ ଆସିଲେ ‘ହ୍ୟାଲୋ’ କହିବା ମନା ବରଂ କହିବେ 'ବନ୍ଦେ ମାତରମ୍'! ଶୀଘ୍ର ହେବ ସରକାରୀ ଘୋଷଣା, ଜାଣନ୍ତୁ ପୂରା ଖବର

 

ସାଧାରଣତଃ ଫୋନ ଉଠାଇବା ପରେ ଆମ୍ଭେ ହ୍ୟାଲୋ କହିଥାଉ। କିନ୍ତୁ, ଏବେ ଠାରୁ ହ୍ୟାଲୋ ବଦଳରେ 'ବନ୍ଦେ ମାତରମ୍' କହିବା ଆରମ୍ଭ କରି ଦିଅନ୍ତୁ। ଆଜ୍ଞା ହଁ, ମହାରାଷ୍ଟ୍ରର ସମସ୍ତ ସରକାରୀ କର୍ମଚାରୀଙ୍କୁ ଫୋନ ଉଠାଇବା ସମୟରେ 'ବନ୍ଦେ ମାତରମ୍' କହିବା ପାଇଁ ନିର୍ଦେଶ ଜାରି କରାଯାଇଛି। ମାତ୍ର ଦିନେ ଦୁଇଦିନ ମଧ୍ୟରେ ଏଥିନେଇ ବିଧିବଦ୍ଧ ଭାବରେ ଘୋଷଣା କରାଯିବ।

ମହାରାଷ୍ଟ୍ରରେ କ୍ୟାବିନେଟ ସମ୍ପ୍ରସାରଣ ପରେ ରବିବାର ଦିନ ସରକାରଙ୍କ ପକ୍ଷରୁ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି। ମହାରାଷ୍ଟ୍ରର ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ସୁଧୀର ମୁଙ୍ଗନ୍ତୀୱାର ଏଥିନେଇ ସୂଚନା ଦେଇଛନ୍ତି। ଅଗଷ୍ଟ ୧୮ ତାରିଖରୁ ଏଥିନେଇ ସରକାରୀ ଘୋଷଣା କରାଯିବାକୁ ଥିବାବେଳେ ଏହା ଆଗାମୀ ବର୍ଷ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

 ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମଧ୍ୟ ସରକାରୀ କର୍ମଚାରୀମାନଙ୍କ ଡ୍ରେସ୍ କୋଡ଼କୁ ନେଇ କଡା ନିୟମ ଜାରି କରାଯାଇଥିଲା। ଜିନ୍ସ ଓ ଟି-ସାର୍ଟ ପିନ୍ଧି ଅଫିସ ନ ଆସିବା ପାଇଁ ଡିସେମ୍ବର ୨୦୨୦ରେ ରାଜ୍ୟ ସଚିବାଳୟ ତଥା ଅନ୍ୟାନ୍ୟ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ତାଗିଦ କରାଯାଇଥିଲା। ଅଫିସକୁ ଫର୍ମାଲ ପ୍ୟାଣ୍ଟ ସାର୍ଟ ପିନ୍ଧି ଆସିଲେ ବୃତ୍ତିଗତ ମାହୋଲ ବଜାୟ ରହିପାରିବ ବୋଲି କୁହାଯାଇଥିଲା।