ଏବେ ହେଲ୍‌ମେଟ ପିନ୍ଧିଲେ ବି କଟିବ ୨୦୦୦ ଟଙ୍କା ଚାଲାଣ! ସାବଧାନ ରୁହନ୍ତୁ ବାଇକ୍ ଓ ସ୍କୁଟର ଚାଳକ, ଜାଣନ୍ତୁ କାହିଁକି

 

ହେଲମେଟ ନ ପିନ୍ଧିଲେ ଟ୍ରାଫିକ ନିୟମ ଅନୁଯାଇ ଚାଲାଣ କଟିବା କଥା ତ ଆପଣ ଜାଣିଥିବେ। କିନ୍ତୁ, ହେଲମେଟ ପିନ୍ଧିଥିଲେ ମଧ୍ୟ ଆପଣଙ୍କର ଭାରି ରକମର ଚାଲାଣ କଟିପାରେ। ସଡ଼କ ନିୟମ 194D MVA ମୁତାବକ ଯଦି ଗାଡ଼ି ଚଳାଇବା ବେଳେ ଆପଣ ହେଲମେଟର ଷ୍ଟ୍ରାପ୍ ବାନ୍ଧିନଥାନ୍ତି ତେବେ ଆପଣଙ୍କର ୧୦୦୦ ଟଙ୍କା ଚାଲାଣ କଟିପାରେ।

ଏହା ବ୍ୟତୀତ ବିଆଇଏସ୍‌ ହଲମାର୍କ ନଥିବା ନିମ୍ନମାନର ହେଲମେଟ ପରିଧାନ କରିଲେ ମଧ୍ୟ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏପରି କରିଲେ ମଧ୍ୟ ଆପଣଙ୍କୁ ୧୦୦୦ ଟଙ୍କା ତଣ୍ଡ ଦେବାକୁ ହେବ। ଏହା ବ୍ୟତୀତ ଓଭରଲୋଡିଂ କଲେ ଆପଣଙ୍କୁ ୨୦,୦୦୦ ହଜ଼ାର ଟଙ୍କା ଦେବାକୁ ହେବ ଏହା ବ୍ୟତୀତ ପ୍ରତି ଟନ ପିଛା ୨୦୦୦ ଟଙ୍କାର ଅତିରିକ୍ତ ଜରିମାନା ମଧ୍ୟ ଦେବାକୁ ହେବ।

ଯଦି ଆପଣଙ୍କ ଚାଲାଣ କଟିଛି ଏବଂ ଆପଣ ଏହାର ବିବରଣୀ ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ https://echallan.parivahan.gov.in ନାମକ ଏହି ସାଇଟକୁ ଯିବାକୁ ହେବ। ସେଠାରେ ଗାଡ଼ି ନମ୍ବରର ଅପ୍‌ସନ ଚୟନ କରନ୍ତୁ। ମଗା ଯାଇଥିବା ଜରୁରୀ ତଥ୍ୟଗୁଡ଼ିକୁ ଭରିବା ସହିତ 'Get Detail' ଉପରେ କ୍ଲିକ୍‌ କରି ଦିଅନ୍ତୁ। ଏହାପରେ ଆପଣଙ୍କ ଚାଲାଣର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଯିବ। ସେହିପରି ଉକ୍ତ ସାଇଟରେ ହିଁ ଥିବା ଡିଜିଟାଲ ପେମେଣ୍ଟ ଅପ୍ସନ ମାଧ୍ୟମରେ ଆପଣ ଚାଲାଣ ଭରିପାରିବେ।