ଯୁଦ୍ଧ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସାହାଯ୍ୟ ମାଗିଲେ ୟୁକ୍ରେନୀୟ ରାଷ୍ଟ୍ରପତି, କହିଲେ ଆମକୁ...

 

ଇତିମଧ୍ୟରେ ୟୁକ୍ରେନ ଉପରେ ତୀବ୍ର ହୋଇଛି ଋଷର ଆକ୍ରମଣ। ବୋମା ଏବଂ ମିସାଇଲ ମାଡ଼ରେ ୟୁକ୍ରେନ ଥରୁଥିବା ବେଳେ ସେଠାକାର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିୟି ପ୍ରାୟତଃ ସମସ୍ତ ଦେଶକୁ ସାହାଯ୍ୟ ଭିକ୍ଷା କରି ସାରିଲେଣି। ଏହାରି ଭିତରେ ଯୁଦ୍ଧ ରୋକିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ୟୁକ୍ରେନ ସରକାର। ଗତକାଲି ୟୁକ୍ରେନ ରାଷ୍ଟ୍ରପତି ମୋଦୀଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ କରିଥିବା ଜଣାଯାଇଛି।

ଏଥିନେଇ ଭୋଲୋଦିମିର୍‌ ଜେଲେନ୍‌ସ୍କିୟି ଗତକାଲି ସନ୍ଧ୍ୟା ସମୟରେ ଏକ ଟ୍ୱିଟ ମଧ୍ୟ କରିଥିଲେ ଯେଉଁଥିରେ ସେ ମୋଦୀଙ୍କ ସହିତ ଫୋନ ଯୋଗେ କଥା ହେବା ସହିତ ଦେଶରେ ହେଉଥିବା ଯୁଦ୍ଧ ବିଷୟରେ ଅବଗତ କରାଇଛନ୍ତି। ତାଙ୍କ କହିବା ଅନୁଯାଇ ୟୁକ୍ରେନରେ ଏବେ ୧୦,୦୦୦ ରୁ ଅଧିକ ଋଷ ସୈନିକ ଚତୁରତାର ସହ ଆବାସିକ ଅଟ୍ଟାଳିକା ଉପରେ ଆକ୍ରମଣ କରୁଛନ୍ତି। ଯାହାକୁ ରୋକିବା ପାଇଁ ଜାତିସଂଘ ନିରାପତ୍ତା ପରିଷଦରେ ରାଜନୈତିକ ସମର୍ଥନ ଦେବାକୁ ସେ ମୋଦୀଙ୍କୁ ଅନୁରୋଧ କରିଛନ୍ତି।