ଦେଖନ୍ତୁ ଭିଡ଼ିଓ: ଯୁଦ୍ଧ ଭିତରେ ପ୍ରେମର ହେଲା ଜୟ, ଦେଶ ଛାଡ଼ି ଯାଉଥିବା ଯୁବତୀଙ୍କୁ ରାସ୍ତା ମଝିରେ ପ୍ରେମ ନିବେଦନ କଲେ ୟୁକ୍ରେନ ଯବାନ

 

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପରଠାରୁ ବୋମାମାଡ଼ ଏବଂ ମିସାଇଲ ଆକ୍ରମଣରେ ୟୁକ୍ରେନର ଅନେକ ସହର ଛାରଖାର ହେବାକୁ ଲାଗିଛି। ଏନେକ ହୃଦୟ ବିଦାରକ ଭିଡ଼ିଓ ସାମ୍ନାକୁ ଆସୁଥିବା ବେଳେ ଏହାରି ଭିତରେ ଜଣେ ଯବାନ ଯୁବତୀଙ୍କୁ ପ୍ରେମ ନିବେଦନ କରୁଥିବା ଦେଖିବାକୁ ମିଳୁଛି। ଏହି ଘଟଣାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହେଉଥିବା ଭିଡ଼ିଓରେ କିଛି ଲୋକେ କାର ମାଧ୍ୟମରେ ୟୁକ୍ରେନ ଛାଡୁଥିବା ଦେଖିବାକୁ ମିଳୁଛି। ତେବେ, କୌଣସି ଏକ ଚେକପୋଷ୍ଟରେ ସେମାନଙ୍କୁ ୟୁକ୍ରେନ ସୈନ୍ୟ ଅଟକାଇ ଚେକ୍ କରିଥିଲେ। ସମସ୍ତଙ୍କର ଚେକିଂ କରୁଥିବା ସମୟରେ ହଠାତ ଜଣେ ସୈନିକ ପଛରୁ ଆସି ସେଠାରେ ଉପସ୍ଥିତ ଥିବା ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଯବାନ ଜଣକ ବନ୍ଧୁକ ପରିବର୍ତ୍ତେ ଗୋଟିଏ ହାତରେ ମୁଦି ଏବଂ ଅନ୍ୟ ହାତରେ ଫୁଲ ଧରି ପ୍ରେମ ନିବେଦନ କରିଥିବା ଦେଖିବାକୁ ମିଳିଥିଲା। ଦେଖନ୍ତୁ ଭିଡ଼ିଓ:-