ଦେଖନ୍ତୁ ଭିଡ଼ିଓ: ନିମିଶକ ମଧ୍ୟରେ ମାଟିରେ ମିଶିଗଲା ସୁପରଟେକ୍ ଟ୍ଵିନ୍-ଟାୱାର୍! ଭିଡ଼ିଓ ଭାଇରାଲ….

 

ନୋଏଡାର ସେକ୍ଟର 93A ରେ ଅବସ୍ଥିତ ସୁପରଟେକ୍ ଟ୍ୱିନ୍ ଟାୱାରକୁ ଆଜି ଅପରାହ୍ନ ୨.୩୦ ସମୟରେ ଭାଙ୍ଗି ଦିଆଯାଇଛି। ଏଥିପାଇଁ ୩୭୦୦ କିଲୋଗ୍ରାମ ବାରୁଦ ବ୍ୟବହାର କରାଯାଇଥିଲା। ସୁପରଟେକ୍ ଟ୍ୱିନ୍ ଟାୱାରକୁ ଭାଙ୍ଗିବା ପାଇଁ ପ୍ରାୟ ୧୭.୫୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି। ଏହି ଦୁଇଟି ଟାୱାରରେ ସମୁଦାୟ ୯୫୦ ଫ୍ଲାଟ ରହିଥିଲା ଯାହାକୁ ନିର୍ମାଣ କରିବା ପାଇଁ ସୁପରଟେକ୍ ୨୦୦ ରୁ ୩୦୦ କୋଟି ଖର୍ଚ୍ଚ କରିଥିଲା।

ନୋଏଡା ପ୍ରାଧିକରଣର ସିଇଓ କହିଛନ୍ତି ଯେ ଯୋଜନା ଅନୁଯାୟୀ ଟାୱାରଟିକୁ ଭାଙ୍ଗି ଦିଆଯାଇଛି। ଅଳ୍ପ କିଛି ମାତ୍ରାର ଆବର୍ଜନା ରାସ୍ତା ଏବଂ ଏଟିଏସର କାନ୍ଥ ଆଡକୁ ଯାଇଥିବା ସେ କହିଛନ୍ତି। ଯଦିଓ କୋଠା ଭୁଶୁଡ଼ିବା ପରେ ଧୂଳିର ଏକ ବାଦଲ ସୃଷ୍ଟି ହୋଇଥିଲା, ତଥାପି ବର୍ତ୍ତମାନ ପାଇଁ ସବୁ କିଛିଠିକ୍ ଅଛି। ବର୍ତ୍ତମାନ ସଫା କାର୍ଯ୍ୟ ଆରମ୍ଭ କରାଯିବ ଏବଂ ରାତି ୬.୩୦ ପରେ ନିକଟସ୍ଥ ସୋସାଇଟିରେ ରହୁଥିବା ଲୋକଙ୍କୁ ଘରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ଏଥିସହିତ ଗ୍ୟାସ ଏବଂ ବିଦ୍ୟୁତ୍ ଯୋଗାଣକୁ ପୁନରୁଦ୍ଧାର କରାଯିବ। <a href=https://youtube.com/embed/nftDjWnnmEo?autoplay=1><img src=https://img.youtube.com/vi/nftDjWnnmEo/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="750"> ପୂର୍ବ ଯୋଜନା ଅନୁଯାଇ ଅପରାହ୍ନ ପ୍ରାୟ ୨.୩୦ ସମୟରେ ଏହି ଦୁଇଟି ବିଲ୍ଡିଂରେ ବ୍ଲାଷ୍ଟ କରାଯାଇଥିଲା। ଏହି ବ୍ଲାଷ୍ଟ ପାଇଁ ୩୭୦୦ କିଲୋଗ୍ରାମ ବାରୁଦ ବ୍ୟବହାର କରାଯାଇଥିଲା। ବ୍ଲାଷ୍ଟ ପୂର୍ବରୁ ସାଇରନ୍ ବଜାଯାଇ ସମସ୍ତଙ୍କୁ ସତର୍କ କରାଯାଇଥିଲା। ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରୁ ଆରମ୍ଭ ହୋଇଥିବା ବ୍ଲାଷ୍ଟ ପରେ ଏହି ଅଟ୍ଟାଳିକାଟି ମାତ୍ର ୯ ସେକେଣ୍ଡ ମଧ୍ୟରେ ମାଟିରେ ମିଶି ଯାଇଥିଲା। ଏଥିପାଇଁ ସୃଷ୍ଟି ହୋଇଥିବା ଧୂଳିର ଆସ୍ତରଣ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ପବନରେ ରହିବ ବୋଲି ଜଣାଯାଇଛି।