ଟ୍ରେଡ ୟୁନିୟନ ଡାକରାରେ ୨୮ ଓ ୨୯ ମାର୍ଚ୍ଚ ଭାରତ ବନ୍ଦ, ଜାଣନ୍ତୁ କଣ ଖୋଲା ଓ କଣ ରହିବ ବନ୍ଦ

 

ଚଳିତ ମାସ ୨୮ ଏବଂ ୨୯ ତାରିଖରେ ହେବ ଭାରତ ବନ୍ଦ। ଟ୍ରେଡ ୟୁନିୟନମାନଙ୍କ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଦିଲ୍ଲୀରେ ଏକ ବୈଠକ ଡକାଯାଇ ଏହାର ରୂପରେଖ ନିର୍ଦ୍ଧାରଣ କରାଯାଇଛି। କେନ୍ଦ୍ର ସରକାରଙ୍କ କୃଷକ ମାରଣ, ଜନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ନୀତି ବିରୋଧରେ ଏହି ଆନ୍ଦୋଳନ କରାଯିବ ବୋଲି ଟ୍ରେଡ଼ ୟୁନିଅନ୍ ତରଫରୁ କୁହାଯାଇଛି।

କେନ୍ଦ୍ର ସରକାରଙ୍କ ତରଫରୁ ଲାଗୁ କରାଯାଇଥିବା ନୂତନ ଶ୍ରମକାର୍ଡକୁ ବିରୋଧ କରିବା ସହିତ ସରକାର ଶ୍ରମିକ ଓ ସାଧାରଣ ଲୋକଙ୍କୁ ଶୋଷଣ କରୁଥିବା ନେଇ ଅଭିଯୋଗ ହୋଇଛି। ଏହି ଆନ୍ଦୋଳନକୁ ନିର୍ମାଣ ଶ୍ରମିକ, ବିଡି ଶ୍ରମିକ, ବିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘଗୁଡିକ ସମର୍ଥନ ଜଣାଇଛନ୍ତି।

ଏଥିସହିତ ବ୍ୟାଙ୍କ ଓ ବୀମା ସହିତ ଜଡିତ କର୍ମଚାରୀ ସଂଘ, କୋଇଲା, ଇସ୍ପାତ, ତୈଳ, ଡାକ କର୍ମଚାରୀ ସଂଘ,ଦୂରସଂଚାର କର୍ମଚାରୀ ସଂଘ, ଆୟକର ବିଭାଗ କର୍ମଚାରୀ ସଂଘଗୁଡିକ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଅନ୍ୟପକ୍ଷରେ ଭାରତ ବନ୍ଦ ସମୟରେ ହିଂସା ମୂଳକ ପରିସ୍ଥିତିରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାର ଗୁଡିକ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।