ସିଞ୍ଜୋ ଆବେଙ୍କ ମୃତ୍ୟୁରେ କାହିଁକି ଖୁସି ଅଛନ୍ତି ଚୀନ ଲୋକେ? ଜାଣନ୍ତୁ ଏହା ପଛର କାରଣ

 

ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାଣ୍ଡ ପରେ ଏହି ଘଟଣାକୁ ବିଭିନ୍ନ ଦେଶ ଏବଂ ନାଗରିକଙ୍କ ଦ୍ଵାରା ନିନ୍ଦା କରାଯାଉଛି। କିନ୍ତୁ, ତାଙ୍କର ଦୁଃଖଦ ମୃତ୍ୟୁରେ ଚୀନବାସୀ ବେସ୍ ଖୁସି ଥିବା ନଜର ଆସୁଛନ୍ତି। ଚୀନ ମାଇକ୍ରୋ ବ୍ଲଗିଂ ସାଇଟ୍ ଓ୍ବେବୋରେ ଅନେକ ଲୋକେ ଆବେଙ୍କ ମୃତ୍ୟୁରେ ଆନନ୍ଦ ବ୍ୟକ୍ତ କରିଛନ୍ତି। କେବଳ ଏତିକି ନୁହେଁ ତାଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଚୀନ ଦ୍ୱାରା ହିରୋର ମାନ୍ୟତା ଦିଆଯାଉଛି।

ତେବେ, ଏହିଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଜଣେ ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକୁ ନେଇ ଚୀନ ଏତେ ଖୁସି କାହିଁକି? ଏହା ବିଷୟରେ ଜାଣିବା ପାଇଁ ଆପଣଙ୍କୁ ୧୯୩୧ରେ ସଂଘଠିତ ଚୀନ-ଜାପାନ ଯୁଦ୍ଧ ବିଷୟରେ ଜାଣିବାକୁ ହେବ। ଏହି ଯୁଦ୍ଧରେ ଚୀନକୁ ଜାପାନ ହରାଇବା ପରେ ଚୀନ ନାଗରିକଙ୍କ ଉପରେ ଅତ୍ୟାଚାର କରିଥିବା ଜଣାଯାଏ। ତେବେ, ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ପରମାଣୁ ଆକ୍ରମଣର ଶିକାର ହେବାପରେ ଜାପାନ ସାମରିକ ଶକ୍ତି ବଢାଇବା ବଦଳରେ ଶାନ୍ତିକାମୀ ନୀତି ଗ୍ରହଣ କରିଥିଲା। ତେବେ ଏକବିଂଶ ଶତାବ୍ବୀରେ ଚୀନର ଶକ୍ତି ବଢିବା ପରେ ଚୀନ ଓ ଜାପାନ ମଧ୍ୟରେ ସୀମା ବିବାଦ ଆରମ୍ଭ ହୋଇଯାଇଥିଲା।

ଏହି ସମୟରେ ଚୀନ ଜାପନର ଏକ ଦ୍ବୀପକୁ ନିଜର ବୋଲି ଦାବି କରିବା ଆରମ୍ଭ କରିଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ଥିବା ସିଞ୍ଜୋ ଆବେଙ୍କ ଜାପାନର ସମାରିକ ଶକ୍ତିକୁ ପୁଣିଥରେ ଗଢ଼ି ତୋଳିଥିଲେ। କେବଳ ଏତିକି ନୁହେଁ ବରଂ ଚୀନ ବିରୋଧରେ ସୃଷ୍ଟି ହୋଇଥିବା କ୍ବାଡ୍ ମେଣ୍ଟ ( ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ)ର ପରିକଳ୍ପନା ଆବେ ହିଁ କରିଥିଲେ। ତେଣୁ, ଆବେଙ୍କୁ ଚୀନ ନିଜର ଶତ୍ରୁ ଭାବରେ ବିବେଚନା କରିଥାଏ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୮ ତାରିଖ ସମୟ ପ୍ରାୟ ୧୧.୩୦ ସମୟରେ ‘ୟାମାତୋ ସାଇଡାଇଜି ଷ୍ଟେସନ୍‌’ ସମ୍ମୁଖରେ ଆବେ ଏକ ନିର୍ବାଚନୀ ପ୍ରଚାର ଅଭିଯାନରେ ଭାଷଣ ଦେଉଥିବା ବେଳେ ତାଙ୍କୁ ଗୁଳି କରାଯାଇଥିଲା। ଘଟଣାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହି ଘଟଣାରେ ୪୧ ବର୍ଷିୟ ସେସୁୟା ୟାମାଗାମିଙ୍କୁ ଗିରଫ କରାଯାଇଛି।