ଦେଖନ୍ତୁ ଭିଡ଼ିଓ: ରାହୁଲଙ୍କ ଉଦ୍ଧାର ସମୟର କାହାଣୀ ବଖାଣିଲେ ଏହି ଓଡ଼ିଆ ଯବାନ, ସଫଳତା ପରେ କାନ୍ଦି ପକାଇଥିଲେ ଉଦ୍ଧାରକାରୀ ଦଳ

 

୧୦୦ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଚାଲିଥିବା ରେସ୍କ୍ୟୁ ଅପରେସନ ପରେ ଶେଷରେ ଉଦ୍ଧାର ପାଇଛି ରାହୁଲ। ଏନଡ଼ିଆରଏଫ୍ ଦଳର ଅକ୍ଲାନ୍ତ ପରିଶ୍ରମ ଫଳରେ ରାହୁଲକୁ ବୋରୱେଲ୍ ଭିତରୁ ସଫଳତା ପୂର୍ବକ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ, ଏହି ଉଦ୍ଧାରକାର୍ଯ୍ୟରେ ଜଣେ ଓଡ଼ିଆ ଏନଡ଼ିଆରଏଫ୍ ଯବାନ ମଧ୍ୟ ସାମିଲ ରହିଥିଲେ।

ଉକ୍ତ ଏନଡ଼ିଆରଏଫ୍ ଯବାନଙ୍କ ନାମ ମହାବୀର ମହାନ୍ତି ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ସରିବା ପରେ ଗଣମାଧ୍ୟମ ଆଗରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ନିଜ ଜୀବନକାଳ ମଧ୍ୟରେ ସେ ପ୍ରଥମ ଥର ପାଇଁ ଏଭଳି ଅଭିଜ୍ଞତାର ସମ୍ମୁଖୀନ ହୋଇଥିବା କହିଛନ୍ତି। ରାହୁଲ ବୋରୱେଲରେ ପଡ଼ିଯିବା ପରେ ୧୦ ତାରିଖ ସନ୍ଧ୍ୟା ୫ଟା ୪୫ରେ ତାଙ୍କୁ ପ୍ରଥମ ଥର ପାଇଁ ଏଥିନେଇ ସୂଚନା ମିଳିଥିଲା। ପ୍ରଥମେ ସେମାନେ ଲାଇଫ୍ ସପୋର୍ଟ ସିଷ୍ଟମ ଆକ୍ଟିଭ କରିବା ପରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା କହିଛନ୍ତି।

<a href=https://youtube.com/embed/2c6J4BKN3r0?autoplay=1><img src=https://img.youtube.com/vi/2c6J4BKN3r0/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="750">  ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିବା ସେ ପ୍ରକାଶ କରିଛନ୍ତି। ଏପରିକି ୪୫ ଡିଗ୍ରୀ ଖରାରେ ମଧ୍ୟ ସେମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ତେବେ, ଭୂତଳ ଜଳସ୍ତର ହ୍ରାସ କରିବା ପାଇଁ ସେହି ଅଞ୍ଚଳର ସମସ୍ତ ନଳକୂପକୁ ଖୋଲିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଥିଲା। ଏତେ ପରିଶ୍ରମ ପରେ ରାହୁଲ ଉଦ୍ଧାର ପାଇବା ପରେ ସେମାନେ ଖୁସିରେ କାନ୍ଦି ପକାଇଥିବା ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।