ଚର୍ଚ୍ଚାରେ ନୂଆ ପାକିସ୍ତାନ ପ୍ରଧାନମନ୍ତ୍ରୀ, ୫ ଜଣ ସ୍ତ୍ରୀ ଓ ୬ ସନ୍ତାନଙ୍କ ପିତା, ପତ୍ନୀଙ୍କ ନାମରେ କରିଥିଲେ...

 

ଗତ କିଛି ମାସ ହେବ ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ଅଶାନ୍ତିର ଅନ୍ତ ଘଟିଛି। ବିରୋଧୀ ଦଳ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଶେହବାଜ ଶରିଫଙ୍କୁ ବସାଇବାରେ ସଫଳ ହୋଇଛି। ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ମତଦାନ ପୂର୍ବରୁ ହିଁ ନିଜ ନାମ ପ୍ରଧାନମନ୍ତ୍ରୀ ପଦରୁ ହଟାଇଦେବା ପରେ ଶରିଫଙ୍କ ପାଇଁ ଏହା ଏକତରଫା ବିଜୟ ରହିଥିଲା।

ପିଏମଏଲ-ଏନ ନେତା ଶେହବାଜ୍ ଶରିଫ୍ ପ୍ରଧାନମନ୍ତ୍ରୀ ହେବାପରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପାକିସ୍ତାନରେ ଚର୍ଚ୍ଚା ଜୋର ଧରିଛି। ପ୍ରକୃତରେ ଶରିଫ ପାଞ୍ଚ ପାଞ୍ଚଥର ବିବାହ କରିଥିବା ଏବଂ ୬ ସନ୍ତାନଙ୍କ ପିତା ଥିବା ନେଇ ଚର୍ଚ୍ଚା ହେଉଛି। ମାତ୍ର ୨୩ ବର୍ଷ ବୟସରେ ପ୍ରଥମ ବିବାହ କରିଥିବା ଶରିଫ୍ ଏବେ ସୁଦ୍ଧା ତିନି ଜଣ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ସାରିଲେଣି।

ସେ ୧୯୭୩ ମସିହାରେ ନୁସରତ ଶାହବାଜଙ୍କୁ ପ୍ରଥମ ବିବାହ କରିଥିଲେ ଯାହାଙ୍କ ଔରସରୁ ତାଙ୍କର ପାଞ୍ଚଟି ସନ୍ତାନ ରହିଛି। ଶେହବାଜ୍ ଶରିଫ୍ ୧୯୯୩ ମସିହାରେ ୪୩ ବର୍ଷ ବୟସରେ ଆଲିଆ ହନିଙ୍କୁ ଦ୍ଵିତୀୟ ବିବାହ କରିଥିଲେ, ଯାହାଙ୍କର ଖଦିଜା ନାମକ ଜଣେ ଝିଅ ଅଛନ୍ତି। ୧୯୯୪ ମସିହାରେ ଆଲିଆଙ୍କୁ ସେ ଛାଡପତ୍ର ଦେଇଥିଲେ। ସେହିପରି ୧୯୯୩ ମସିହାରେ ନିଲୋଫର ଖୋସା, ୨୦୦୩ ମସିହାରେ ତେହମିନା ଦୁରାନୀ ଏବଂ ୨୦୧୨ ମସିହାରେ, ଶେହବାଜ୍ କଲସୁମ୍ ହଇଙ୍କୁ ଗୁପ୍ତ ବିବାହ କରିଥିଲେ। ଅବଶ୍ୟ ଶରିଫ୍ ଏବେ ବର୍ତ୍ତମାନ ଦୁଇ ପତ୍ନୀ ନୁସରତ ଏବଂ ତେହମିନା ଦୁରାନୀଙ୍କ ସହ ରହୁଛନ୍ତି। ବାକି ସମସ୍ତ ପତ୍ନୀଙ୍କୁ ସେ ଛାଡ଼ପତ୍ର ଦେଇସାରିଛନ୍ତି।