ଭାରତକୁ ଜବାବ୍ ଦେବାକୁ ଚାହୁଁଥିଲା ପାକିସ୍ତାନ! ଅଧାବାଟରେ ଫୁସୁରିଗଲା ପାକିସ୍ତାନୀ ମିସାଇଲ, ଆଉ ତାପରେ...

 

ମାର୍ଚ୍ଚ ୯ ତାରିଖରେ ଭାରତ ଦ୍ୱାରା ଟେଷ୍ଟ କରାଯାଉଥିବା ଏକ ମିସାଇଲ ଭୁଲବଶତଃ ପାକିସ୍ତାନ ସୀମା ଅତିକ୍ରମ କରିଯାଇଥିଲା। ଭୁଲବଶତଃ ପାକିସ୍ତାନ ସୀମାରେ ଭାରତର ମିସାଇଲ ପଡ଼ିବା ପରେ ଏହାର ପ୍ରତିଉତ୍ତର ଦେବାକୁ ଚେଷ୍ଟା କରିଥିଲା ପାକିସ୍ତାନ। କିନ୍ତୁ, ଏହା କରିବା ପ୍ରୟାସରେ ପାକିସ୍ତାନକୁ ଏକ ଲଜ୍ଜାଜନକ ପରିସ୍ଥିତିକୁ ସାମ୍ନା କରିବାକୁ ପଡିଛି।

ପ୍ରକୃତରେ, ପାକିସ୍ତାନ ସିନ୍ଧର ଜମସୋରୋ ଆକାଶରେ ଗୁରୁବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା। ଗୁରୁବାର ଦିନ ୧୨ଟା ସମୟରେ ଆକାଶରେ ଏକ ରାକେଟ ଧୂଆଁ ସୃଷ୍ଟି କରି ତଳେ ପଡ଼ିଯାଉଥିବା ଦେଖିବାକୁ ମିଳିଥିଲା। ପ୍ରକୃତରେ ଏହା ପାକିସ୍ତାନ ଦ୍ୱାରା ଟେଷ୍ଟ କରାଯାଉଥିବା ଏକ ମିସାଇଲ ବୋଲି ଜଣାପଡ଼ିଛି। ସିନ୍ଧ ଅଞ୍ଚଳରେ ପାକିସ୍ତାନ ଏହି ମିସାଇଲଟିକୁ ପରୀକ୍ଷଣ କରୁଥିବା ବେଳେ ମଝି ଆକାଶରେ ଏହା ଫୁସୁକି ଯାଇଥିଲା।

ମିଳିଥିବା ସୂଚନା ଅନୁଯାଇ ପରୀକ୍ଷଣ ପାଇଁ ଦିନ ୧୧ଟା ସମୟ ଧାର୍ଯ୍ୟ କରାଯାଇଥିଲେ ବି ଟ୍ରାନ୍ସପୋର୍ଟର ଇରେକ୍ଟର ଲଞ୍ଚରରେ ସମସ୍ୟା ଦେଖାଯାଇଥିଲା ଯେଉଁଥିପାଇଁ ଏହି ପରୀକ୍ଷଣକୁ ଦିନ ୧୨ ସମୟରେ କରାଯାଇଥିଲା। ମାତ୍ର ମିସାଇଲ ଲଞ୍ଚ ହେବାର କେଇ ସେକେଣ୍ଡ ମଧ୍ୟରେ ମିସାଇଲଟି ପାକିସ୍ତାନ ସୀମା ଭିତରେ ଖସି ପଡ଼ିଥିଲା। ଏହି ଘଟଣାର ଲାଇଭ କଭରେଜ୍ କରାଯାଇଥିଲେ ହେଁ ପାକିସ୍ତାନ ସରକାର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ଏଡାଇଯିବାକୁ ଚେଷ୍ଟା କରିଥିଲେ।