ୟୁକ୍ରେନ-ଋଷ ଯୁଦ୍ଧ: ଖୁସି ହେଉଛନ୍ତି ଇମ୍ରାନ ଆନନ୍ଦ ନେଉଛି ପାକିସ୍ତାନ, ଇମ୍ରାନ କହିଲେ, ମୁଁ ଖୁସି କାରଣ...

 

ବିଧିବଦ୍ଧ ଭାବରେ ୟୁକ୍ରେନ୍ ଉପରେ ଆକ୍ରମଣ କରି ସାରିଛି ଋଷ। ପ୍ରତିବାଦରେ ୟୁକ୍ରେନ ସହର ଗୁଡିକରେ ମାର୍ସିଆଲ ଲ ଲଗାଇବା ସହିତ ଋଷର ପତିବାଦ କରିବାକୁ ଅଣ୍ଟା ଭିଡ଼ିଛି। ଏଭଳି ପରିସ୍ଥିତିରେ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧ ହେବାର ଆଶଙ୍କା ମଧ୍ୟ କରାଯାଉଛି। ସାରା ବିଶ୍ୱ ଏଥିନେଇ ସନ୍ତର୍ପଣରେ ଥିବା ବେଳେ ମଉକାର ଫାଇଦା ଉଠାଇ ଖୁସି ହେଉଛି ପାକିସ୍ତାନ। ଥାଳି ଧରି ଦେଶକୁ ଦେଶ ବୁଲୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଋଷରେ ପହଞ୍ଚି ଯାଇଛନ୍ତି।

ପ୍ରକୃତରେ ଅନେକ ଥର ନିମନ୍ତ୍ରଣ କରିବା ପରେ ମଧ୍ୟ ଋଷ ରାଷ୍ଟ୍ରପତି ପୁଟିନ ପାକିସ୍ତାନ ଗସ୍ତରେ ଆସିନଥିଲେ। ଶେଷରେ ବାଧ୍ୟ ହୋଇ ଇମ୍ରାନ ବିନା କୌଣସି ନିମନ୍ତ୍ରଣରେ ମସ୍କୋରେ ପହଞ୍ଚିଯାଇଛନ୍ତି। ଗୁରୁବାର ସେଠାରେ ପହଞ୍ଚିବା କ୍ଷଣି 'ମୁଁ ଠିକ୍ ସମୟରେ ଆସି ପହଞ୍ଚିଛି। ମୁଁ ବହୁତ ଉଲ୍ଲସିତ ଅଛି' ବୋଲି ଇମ୍ରାନ କହୁଥିବା ଦେଖିବାକୁ ମିଳିଛି।