ହାପି ଏଣ୍ଡିଙ୍ଗ ମସାଜ୍ ପଡ଼ିଲା ମହଙ୍ଗା! ମହିଳାଙ୍କ ଛୁଆଁରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ପୂରା ଘଟଣା ଜାଣି ହେବେ ତାଜୁବ୍

 

ପୁରୁଷମାନଙ୍କ ପାଇଁ ଛୁଟି କଟାଇବାକୁ ଥାଇଲ୍ୟାଣ୍ଡ ଏକ ପ୍ରସିଦ୍ଧ ସ୍ଥାନ ଅଟେ। ଏଠାରେ ଯୌନ ବ୍ୟବସାୟ ଆଇନ ସଙ୍ଗତ ହୋଇଥିବା ବେଳେ ଏଠାକାର ଆଡଲ୍ଟ ମସାଜ୍ ବିଶ୍ୱର ସମସ୍ତ ପୁରୁଷମାନଙ୍କୁ ଆକୃଷ୍ଟ କରିଥାଏ। ତେବେ, ଏହି ମସାଜ୍ ଏଠାକୁ ଆସିଥିବା ଜଣେ ପର୍ଯ୍ୟଟକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଠାକୁ ମସାଜ୍ ନେବାପାଇଁ ଆସିଥିବା ଏହି ଯୁବକଙ୍କର ଅକାଳ ବିୟୋଗ ଘଟିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାଇ ବ୍ୟକ୍ତି ଜଣକ ୭୦ ବର୍ଷ ବୟସ୍କ ହୋଇଥିବା ବେଳେ ସେ ବ୍ରିଟେନର ବସିନ୍ଧା ଅଟନ୍ତି। ମାତ୍ର କିଛିଦିନ ପୂର୍ବରୁ ସେ ବ୍ରିଟେନରୁ ଥାଇଲ୍ୟାଣ୍ଡର ପଟ୍ଟାୟା ସହର ବୁଲିବା ପାଇଁ ଆସିଥିଲେ। ଏଠାକାର ଆଡ଼ଲ୍ଟ ଲାଇଫ ଷ୍ଟାଇଲ ଦେଖି ତାଙ୍କର ମଧ୍ୟ ମସାଜ୍ ନେବା ପାଇଁ ଇଚ୍ଛା ହୋଇଥିଲା। ତେଣୁ, ଘଟଣା ଦିନ ସେ ପଟ୍ଟାୟା ସହର ସ୍ଥିତ ହାପି ଏଣ୍ଡିଙ୍ଗ୍ ନାମକ ଏକ ମସାଜ୍ ପାର୍ଲରକୁ ଯାଇଥିଲେ।

ରାତିରେ ବ୍ୟକ୍ତି ଜଣକ ସେଠାରେ ପହଞ୍ଚିବା ପରେ ତାଙ୍କୁ ତାଙ୍କର ସମସ୍ତ ପୋଷାକ କାଢ଼ି ଟେବୁଲ ଉପରେ ଶୋଇବା ପାଇଁ କୁହାଯାଇଥିଲା। ମିସ୍ ଓରୈୟା ନାମକ ଜଣେ ଯୁବତୀ ତାଙ୍କର ମସାଜ୍ କରାଇବା ପାଇଁ ଆସିଥିଲେ। ମିସ୍ ଓରୈୟାଙ୍କ କହିବା ମୁତାବକ କିଛି ସମୟ ପର୍ଯ୍ୟନ୍ତ ବୃଦ୍ଧ ଜଣକ କଥାବାର୍ତ୍ତା କରୁଥିଲେ କିନ୍ତୁ ପରେ ସେ ଅଚେତ ହୋଇଯାଇଥିଲେ। ତାଙ୍କୁ CPR ଦେଇ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲେ ହେଁ ତାହା ସଫଳ ହୋଇନଥିଲା। ବୃଦ୍ଧଙ୍କ ପାଖରେ କୌଣସି ପରିଚୟ ପତ୍ର ନଥିବାରୁ ତାଙ୍କୁ ଚିହ୍ନଟ କରାଯାଇ ପାରିନାହିଁ।