ଏଣିକି ସରକାର ବିନା ଅନୁମତିରେ କରି ପାରିବେନି ଦ୍ଵିତୀୟ ବିବାହ! ନଚେତ, ହେବ ଏପରି ଅସୁବିଧା, ଜାଣନ୍ତୁ ପୂରା ଖବର

 

ଏଣିକି ଦ୍ୱିତୀୟ ବିବାହ କରିବାକୁ ହେଲେ ଆପଣଙ୍କୁ ସରକାରଙ୍କ ଠାରୁ ଅନୁମତି ନେବାକୁ ହେବ। ଆଜ୍ଞା ହଁ! ବିହାରରେ ନେତୃତ୍ୱଧିନ ନୀତିଶ କୁମାର ସରକାର ରାଜ୍ୟରେ ଏଭଳି ଏକ ଅଜବ ନିୟମ ପ୍ରଣୟନ କରିଛନ୍ତି। କୌଣସି ବାଧ୍ୟତାମୂଳକ ପରିସ୍ଥିତି ହେଉ ଅଥବା ସଉକ ପାଇଁ ବି ହେଉ ବିହାର ସରକାରଙ୍କ ଅଧୀନରେ ସରକାରୀ ଚାକିରୀ କରିଥିବା କୌଣସି ବ୍ୟକ୍ତି ଦ୍ଵିତୀୟ ବିବାହ କରିବାକୁ ଚାହୁଁଥିଲେ ତାଙ୍କୁ ପ୍ରଥମେ ସରକାରଙ୍କ ଠାରୁ ଅନୁମତି ନେବା ଆବଶ୍ୟକ ହେବ।

ଯଦି କୌଣସି ବ୍ୟକ୍ତି ଏହି ନିୟମର ଅବମାନନା କରନ୍ତି। ତେବେ, ପରବର୍ତ୍ତୀ ସମୟରେ ବିହାର ସରକାର ଏହି ବିବାହକୁ ଗ୍ରହଣ କରିବେ ନାହିଁ। ବିନା ଅନୁମତିରେ ବିବାହ କରିଥିଲେ ଦ୍ୱିତୀୟ ପତ୍ନୀଙ୍କ ଠାରୁ ଜନ୍ମିତ ସନ୍ତାନ ସନ୍ତତିମାନେ କୌଣସି ପ୍ରକାର ସରକାରୀ ସହାୟତା ଠାରୁ ମଧ୍ୟ ବଞ୍ଚିତ ହେବେ। ଏପରିକି ଚାକିରୀ କାଳ ମଧ୍ୟରେ କୌଣସି କାରଣରୁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଗଲେ ମଧ୍ୟ ଦ୍ୱିତୀୟ ପତ୍ନୀ କିମ୍ବା ତାଙ୍କର ପିଲାମାନେ ଅନୁକମ୍ପାମୂଳକ ଚାକିରୀ ପାଇବାଠାରୁ ବଞ୍ଚିତ ହୋଇ ରହିବେ।

ଦ୍ୱିତୀୟ ବିବାହ ପୂର୍ବରୁ ସରକାରଙ୍କ ଠାରୁ ଅନୁମତି ନ ନେଲେ ପ୍ରତିଟି କ୍ଷେତ୍ରରେ ପ୍ରଥମ ପତ୍ନୀ ଏବଂ ତାଙ୍କ ପିଲାମାନେ ହିଁ ପ୍ରାଥମିକତା ଦୃଷ୍ଟିକୋଣରୁ ସବୁ ସୁବିଧା ସୁଯୋଗ ପାଇପାରିବେ। ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ତରଫରୁ ସମସ୍ତ ବିଭଗ, ଡିଜିପି, ମଣ୍ଡଳ ଆୟୁକ୍ତ ଓ ସବୁ ଜିଲ୍ଲା ଅଧିକାରୀଙ୍କୁ ନୋଟିସ ଜାରି କରାଯାଇଛି।