ଏଣିକି ଟ୍ରେନରେ ନେଇ ପାରିବେନି ମନଇଚ୍ଛା ଲଗେଜ୍! ଧରାପଡ଼ିଲେ ଦେବାକୁ ହେବ ମୋଟା ଅଙ୍କର ଦଣ୍ଡ, ଜାଣନ୍ତୁ ପୂରା ଖବର

 

ଏଣିକି ଟ୍ରେନରେ ଯାତ୍ରା କରୁଥିଲେ ମନଇଚ୍ଛା ନେଇ ପାରିବେନି ଲଗେଜ୍। ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଲଗେଜ୍ ନେଉଥିବା ଅବସ୍ଥାରେ ଧରା ପଡିଲେ ଦେବାକୁ ହେବ ମୋଟା ଅଙ୍କର ତଣ୍ଡ। ରେଳବାଇ ଏହି ନିୟମକୁ ପ୍ରଣୟନ କରିବା ସହିତ ସାଙ୍ଗରେ ଅଧିକ ଲଗେଜ୍ ନେବାକୁ ହେଲେ ଏଥିପାଇଁ ଆଗୁଆ ବୁକିଂ କରିବାକୁ ହେବ ବୋଲି ସୂଚନା ଦେଇଛି।

ଏସି ପ୍ରଥମ ଶ୍ରେଣୀର ଯାତ୍ରୀମାନଙ୍କ ପାଇଁ ମାଗଣାରେ ୭୦ କେଜି ଓ ସର୍ବାଧିକ ୧୫୦ କେଜି ଲଗେଜ୍‌ ନେବାକୁ ଅନୁମତି ଦିଆଯାଇଛି। ସେହିପରି ଏସି ଟାୟାର-୨ ସ୍ଲିପର୍/ ଫା‌ଷ୍ଟ୍‌ କ୍ଲାସ୍‌ ଯାତ୍ରୀମାନେ ମାଗଣାରେ ୫୦ କେଜି ଓ ସର୍ବାଧିକ ୧୦୦ କେଜି, ଏସି ଟାୟାର-୩ ସ୍ଲିପର/ ଏସି ଚେୟାର କାର୍ ଯାତ୍ରୀମାନେ ମାଗଣାରେ ସର୍ବାଧିକ ୪୦ କେଜି, ସ୍ଲିପର୍ ଶ୍ରେଣୀର ଯାତ୍ରୀମାନେ ମାଗଣାରେ ସର୍ବାଧିକ ୮୦ କେଜି ଏବଂ ଦ୍ବିତୀୟ ଶ୍ରେଣୀର ଯାତ୍ରୀମାନେ ୩୫ କେଜି ରୁ ସର୍ବାଧିକ ୭୦ କେଜି ଲଗେଜ୍ ମାଗଣାରେ ନେଇପାରିବେ।

ଏହା ବ୍ୟତୀତ ଯଦି ଆପଣ ଅଧିକ ଲଗେଜ୍ ନେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ତେବେ ଅନଲାଇନ ବୁକିଂ କରିବା ସମୟରେ ଏଥିପାଇଁ ସେମାନେ ଅଗ୍ରୀମ ବୁକିଂ କରିପାରିବେ। ଏହା ବ୍ୟତୀତ ଯାତ୍ରାର ୩୦ ମିନିଟ ପୂର୍ବରୁ ଷ୍ଟେସନର ଲଗେଜ୍ ସେକ୍ସନରେ ପହଞ୍ଚି ଆପଣ ଏକ୍ସଟ୍ରା ଲଗେଜ୍ ପାଇଁ ଅଫଲାଇନ୍ ବୁକିଂ କରିପାରିବେ। ଲଗେଜ୍ ପାଇଁ ସର୍ବନିମ୍ନ ଶୁଳ୍କ ୩୦ ଟଙ୍କାରୁ ଆରମ୍ଭ ହେଉଛି।