ଅବିବାହିତ ହୋଇ ଶାରୀରିକ ସମ୍ପର୍କ ରଖିଲେ ଯିବାକୁ ପଡ଼ିବ ଜେଲ୍, ଜାଣନ୍ତୁ କାହିଁକି ଓ କେଉଁଠି ଲାଗୁ ହୋଇଛି ଏହି ନିୟମ

 

ଉଭୟଙ୍କ ସହମତିରେ ମଧ୍ୟ ଆପଣ ରଖି ପାରିବେ ନାହିଁ ଶାରୀରିକ ସମ୍ପର୍କ। ସ୍ୱାମୀ-ସ୍ତ୍ରୀ ସମ୍ପର୍କ ନ ଥାଇ ସେକ୍ସ କରିଲେ ଗିରଫ ହେବା ସହିତ ୭ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ହେବ। ଆଗାମୀ ଫିଫା ବିଶ୍ୱକପ ପୂର୍ବରୁ କାତାର ଠାରେ ଏଭଳି ଏକ ଆଇନ ପ୍ରଣୟନ କରାଯାଇଛି। ବିଶ୍ୱକପ ପାଇଁ ସେଠାକୁ ଆସୁଥିବା ପ୍ରଶଂସକଙ୍କ ଉପରେ ମଧ୍ୟ ଏହି ଆଇନ ଲାଗୁ କରାଯିବ।

ରକ୍ଷଣଶୀଳ ରାଷ୍ଟ୍ର ଭାବରେ ଜଣାଶୁଣା କାତାରରେ ଆଗାମୀ ଫୁଟବଲ ବିଶ୍ୱକପ ହେବାକୁ ଯାଉଛି। ଅବିବାହିତ ଯୁବକ ଯୁବତୀମାନେ ଏଠାରେ ଶାରୀରିକ ସମ୍ପର୍କ ରଖି ପାରିବେ ନାହିଁ। ଏପରି କରୁଥିବାର ଯଦି କୌଣସି ବ୍ୟକ୍ତି ଧରାପଡ଼ନ୍ତି ତେବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାତାର ସରକାର ତରଫରୁ କୁହାଯାଇଛି।

ସେହିପରି ସମଲିଙ୍ଗୀ ସମ୍ପର୍କ ରଖିଲେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି ସମ୍ପର୍କ ରଖୁଥିବାର ଜଣାପଡିଲେ ଗିରଫ ହେବା ସହିତ ୭ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ହେବ। ଏଠାରେ ‘ୱାନ ନାଇଟ ଷ୍ଟାଣ୍ଡ’ ପ୍ରଥାକୁ ସମ୍ପୂର୍ଣ୍ଣ ଭାବରେ ନିଷିଦ୍ଧ କରାଯାଇଛି।