କଂଗ୍ରେସ ସଭାପତି ପଦ ଛାଡ଼ିବା ପରେ ଆପକୁ ସମର୍ଥନ କରି ବର୍ଷିଲେ ନବଜୋତ୍ ସିଂ ସିଦ୍ଧୁ, କହିଲେ ମୁଁ...
Mar 18, 2022, 20:54 IST
ଚଳିତବର୍ଷ ନିର୍ବାଚନରେ ପଞ୍ଜାବରେ ବଡ଼ ଓଲଟପାଲଟ ହୋଇଛି। ଏଠାରେ ଆସନାଧିନ କଂଗ୍ରେସକୁ ହରାଇ ବିଜୟ ହାସଲ କରିଛି ଆମ୍ ଆଦମୀ ପାର୍ଟି। ଏଥିସହିତ ଭଗବତ ମାନ୍ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହାରି ମଧ୍ୟରେ ପଞ୍ଜାବ କଂଗ୍ରେସର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ସେ କେବଳ ଯେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ତାହା ନୁହେଁ ବରଂ ଆପ୍ କୁ ସମର୍ଥନ ଜଣାଇବା ସହିତ ସେ ପାଲଟା କଂଗ୍ରେସ ଉପରେ ବର୍ଷିଛନ୍ତି।
କଂଗ୍ରେସର ପରାଜୟ ପରେ ଆପକୁ ବାଛିଥିବାରୁ ଏହା ଏକ ଭଲ ନିଷ୍ପତ୍ତି ବୋଲି ସିଦ୍ଧୁ ପଞ୍ଜାବ ଜନସାଧାରଣଙ୍କୁ କହିଛନ୍ତି। ସେ ଟ୍ୱିଟ ମାଧ୍ୟମରେ କହିଛନ୍ତି ଯେ," ସବୁଠାରୁ ଖୁସି ବ୍ୟକ୍ତି ହେଉଛନ୍ତି ସିଏ ଯିଏ କିଛି ଯାହାଠାରୁ କେହି ଆଶା କରନ୍ତି ନାହିଁ। ଭଗବତ ମାନ ପଂଜାବବାସୀଙ୍କ ମଧ୍ୟରେ ଆଶାର ନୂଆ ସଞ୍ଚାର କରିଛନ୍ତି ଓ ଏକ ନୂତନ ମାଫିଆ ବିରୋଧୀ ଯୁଗର ଆରମ୍ଭ କରିଛନ୍ତି। ଆପ୍ ପଞ୍ଜାବକୁ ପୁନରୁଦ୍ଧାର ପଥରେ ଫେରାଇ ଆଣିବ ବୋଲି ମୁଁ ଆଶା କରୁଛି'।