ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପତ୍ତି କେତେ? ପାଖରେ ନାହିଁ ଘର କିମ୍ବା କାର, କିନ୍ତୁ ମୋଦୀଙ୍କ ସମ୍ପତ୍ତି ବଢି ହେଲା...

 

ସବୁବେଳେ ଆପଣ ବଡ଼ ବଡ଼ ବ୍ୟବସାୟୀ, ମନ୍ତ୍ରୀ କିମ୍ବା ନେତାଙ୍କ ସମ୍ପତ୍ତି ବିଷୟରେ ଗଣମଧ୍ୟମରୁ ଖବର ପାଇଥିବେ। କିନ୍ତୁ, ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ କେତେ ଟଙ୍କା ଓ ସମ୍ପତ୍ତି ରହିଛି ତାହା ବିଷୟରେ ଆପଣ ଜାଣନ୍ତି କି? ଯଦି ଆପଣ ଏହି ବିଷୟରେ ଜାଣନ୍ତି ନାହିଁ ତେବେ ଆସନ୍ତୁ ଜାଣିବା କେତେ ଟଙ୍କାର ମାଲିକ ଅଟନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀଙ୍କ ଅଫିସ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାଇ:- 

୧. ମିଳିଥିବା ରିପୋର୍ଟ ଅନୁଯାଇ ଶ୍ରୀ ନରେନ୍ଦ୍ର ମୋଦିଙ୍କର ୨. ୨୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି।

୨. ମୋଦିଙ୍କର ନିଜ ନାମରେ କୌଣସି ଜମି କିମ୍ବା ଘର ନାହିଁ। ଗାନ୍ଧିନଗରରେ ରହିଥିବା ତାଙ୍କର ଘର ଓ ଜମିକୁ ସେ ଦାନ କରି ଦେଇଛନ୍ତି।

୩. ପୋଷ୍ଟ ଅଫିସର ଏନଏସସି ସ୍କିମରେ ୯ ଲକ୍ଷ ୫ ହଜାର ୧୦୫ ଟଙ୍କା ଓ ବୀମା ପଲିସି ଆକାରରେ ମୋଦିଙ୍କର ୧ ଲକ୍ଷ ୮୯ ହଜାର ୩୦୫ ଟଙ୍କା ଜମା ରହିଛି।

୪. ମିଳିଥିବା ସୂଚନା ଅନୁଯାଇ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ମୋଦିଙ୍କ ପାଖରେ ମୋଟ ୩୫ହଜାର ୨୫୦ ନଗଦ ଟଙ୍କା ରହିଥିଲା।

୫. ପ୍ରଧାନମନ୍ତ୍ରୀଙ୍କର ନିଜର କୌଣସି ପ୍ରକାର କାର ନଥିବା ବେଳେ କେବଳ ୧ ଲକ୍ଷ ୭୩ ହଜାର ଟଙ୍କାର ୪ଟି ସୁନା ମୁଦି ରହିଛି।

୬. ଗତ ଏକବର୍ଷ ମଧ୍ୟରେ ମୋଦିଙ୍କ ସମ୍ପତ୍ତିରେ ୨୬ ଲକ୍ଷ ୧୩ ହଜାର ଟଙ୍କାର ବୃଦ୍ଧି ଘଟିଥିବା ସୂଚନା ମିଳିଛି।

୭. ପ୍ରଧାନମନ୍ତ୍ରୀ ଭାବରେ ପ୍ରତି ମାସରେ ତାଙ୍କୁ ମିଳୁଥିବା ଦରମାକୁ ସେ ଦାନ କରି ଦେଇଥାନ୍ତି।