ଦେଖନ୍ତୁ ଭିଡିଓ: ୫ ମହଲାରୁ ତଳକୁ ଖସିଲା ୨ ବର୍ଷର ଶିଶୁ! ଦେବଦୂତ ସାଜି ଏଭଳି ଜୀବନ ବଞ୍ଚାଇଲେ ଏହି ବ୍ୟକ୍ତି….

 

କଥାରେ ଅଛି ଯାହାକୁ ଭଗବାନ ସାହା ହେବେ ତାଙ୍କ କେହି କୋୖଣସି ପ୍ରକାର କ୍ଷତି କରି ପାରିବେନାହିଁ। ଏପରି ହିଁ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ୨ ବର୍ଷର ଶିଶୁ ୫ ମହଲା ଉପରେ ତଳକୁ ପଡିବା ସତ୍ତ୍ୱେ ଆକସ୍ମିକ ଭାବରେ ତାର ଜୀବନ ବର୍ତ୍ତି ଯାଉଥିବା ଦେଖିବାକୁ ମିଳୁଛି। ଅବଶ୍ୟ ଏହି ଘଟଣାରେ ଜଣେ ବ୍ୟକ୍ତି ଦେବଦୂତ ସାଜି ଶିଶୁଟିର ଜୀବନ ବଞ୍ଚାଇ ଦେଇଥିବା ଦେଖିବାକୁ ମିଳୁଛି।

ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଶିଶୁଟି ୫ ମହଲା ଉପରୁ ତଳକୁ ପଡି ଯାଉଥିବା ଦେଖିବାକୁ ମିଳୁଛି। ସେହି ସମୟରେ ତଳେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତି ତୁରନ୍ତ ଆସି ଶିଶୁଟି ତଳେ ପଡ଼ିବା ପୂର୍ବରୁ ହିଁ ତାକୁ ଧରି ପକାଉଛନ୍ତି। ଏହି ଘଟଣାର ଏକ ଭିଡ଼ିଓ ସେଠାରେ ଥିବା ସିସିଟିଭି କ୍ୟାମେରାରେ ରେକର୍ଡ଼ ହୋଇଯାଇଥିଲା। ଦେଖନ୍ତୁ ଭିଡ଼ିଓ:-