ଦେଖନ୍ତୁ ଭିଡ଼ିଓ: ଏମିତି ବି ଆସେ ମୃତ୍ୟୁ! ଗଣେଷ ପୂଜାରେ ହନୁମାନଙ୍କ ବେଶରେ ନାଚୁଥିବା ବେଳେ ହଠାତ ଟଳି ପଡିଲେ ଅଭିନେତା..
ଏମିତି ବି ଆସେ ମୃତ୍ୟୁ! ଷ୍ଟେଜ୍ ଉପରେ ପ୍ରଭୁ ଶ୍ରୀ ହନୁମାନଙ୍କ ଆକ୍ଟିଂ କରୁଥିବା ବେଳେ ନାଚ ମଣ୍ଡଳୀର ଜଣେ ଅଭିନେତାଙ୍କର ମୃତ୍ୟୁ ଘଟିଛି। ଏହି ସମୟର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ରବି ଶର୍ମା ହୋଇଥିବା ବେଳେ ଉତ୍ତରପ୍ରଦେଶ ସ୍ଥିତ ମୈନପୁରୀ ଠାରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାଇ ଗଣେଶ ପୂଜା ଉପଲକ୍ଷେ ମୈନପୁରୀ ଅଞ୍ଚଳରେ ଶ୍ରୀ ଗଣେଶଙ୍କର ପ୍ରତିମା ସ୍ଥାପନ କରି ପୂଜାଅର୍ଚ୍ଚନା କରାଯାଉଥିଲା। ଗତ ଶନିବାର ଦିନ ଏକ ନାଚ ମଣ୍ଡଳୀକୁ ଡକାଯାଇ ସଙ୍ଗୀତ ଓ ଭଜନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ନାଚ ମଣ୍ଡଳୀ ସହିତ ରବି ଶର୍ମା ନାମକ ଜଣେ ବ୍ୟକ୍ତି ଆସିଥିଲେ ଯିଏକି ହନୁମାନଙ୍କ ବେଶରେ ନାଚୁଥିଲେ।