ପାକିସ୍ତାନ ପୁଅ ସହ ପ୍ରେମରେ ପଡ଼ିବା ପରେ ଦେଖା କରିବାକୁ ପାକିସ୍ତାନ ଯାଉଥିଲେ ଯୁବତୀ, ବର୍ଡରରେ ଧରିଦେଲା ପୋଲିସ ଆଉ ତାପରେ...

 

ପ୍ରେମ ପାଇଁ ଦେଶର ସୀମା ପାର କରିବାକୁ ପଛାଇଲେନି ଯୁବତୀ। ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଜଣେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡି ଏହି ୨୪ ବର୍ଷୀୟା ଯୁବତୀ ସୀମାପାର ହୋଇ ପାକିସ୍ତାନ ଯିବାକୁ ପ୍ରୟାସ କରିଥିଲେ। କିନ୍ତୁ, ପଞ୍ଜାବ ଅଟ୍ଟାରୀ ବାର୍ଡର ଠାରେ ଯୁବତୀଙ୍କୁ କଷ୍ଟମ ଅଧିକାରୀମାନେ ଧରି ନେଇଥିଲେ। ଏବେ, ତାଙ୍କୁ ସୁରକ୍ଷିତ ଭାବରେ ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାଇ ମଧ୍ୟପ୍ରଦେଶର ରେୱା ଅଞ୍ଚଳର ଜଣେ ୨୪ ବର୍ଷର ଏହି ଯୁବତୀ ଜଣେ ଫେସବୁକ ମାଧ୍ୟମରେ ଜଣେ ପାକିସ୍ତାନୀ ଯୁବକଙ୍କୁ ଭଲ ପାଉଥିଲେ।  ସେ ତାଙ୍କ ପ୍ରେମିକଙ୍କୁ ଭେଟିବା ପାଇଁ ଅମୃତସରର ଅଟ୍ଟାରୀ ସୀମାରେ ପହଞ୍ଚିଥିଲେ। ଯେତେବେଳେ ଅଟ୍ଟାରୀ ସୀମାରେ କଷ୍ଟମ୍ସ ଅଧିକାରୀମାନେ ଏହା ଜାଣିଲେ, ସେମାନେ ଝିଅଟିକୁ ଧରି ଘରିନ୍ଦା ପୋଲିସ ଷ୍ଟେସନକୁ ହସ୍ତାନ୍ତର କରିଥିଲେ। ଅନ୍ୟପକ୍ଷରେ ଝିଅ ନିଖୋଜ ଥିବା ନେଇ ତାଙ୍କ ପରିବାର ରେୱା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ତାଙ୍କ ଝିଅ ତାଙ୍କର ସମସ୍ତ ଦଲିଲ, ପାସପୋର୍ଟ ଇତ୍ୟାଦି ସହିତ ନିଖୋଜ ହୋଇଯାଇଥିବା ମଧ୍ୟ ଜଣାଇଥିଲେ।

ନାବାଳିକାଙ୍କ ଅଭିଯୋଗ ଉପରେ ରେୱା ପୋଲିସ LoC ଜାରି କରିଥିଲା, ପରେ ଅମୃତସର ଅଟ୍ଟାରୀ ୱାଗା ସୀମାରେ ତାଙ୍କୁ କଷ୍ଟମ ଅଧିକାରୀମାନେ ଗିରଫ କରିଥିଲେ। ଯୁବତୀଙ୍କର ପରିବାର ଲୋକେ ଆସିବା ପର୍ଯ୍ୟନ୍ତ ତାଙ୍କୁ ନାରୀ ନିକେତନରେ ରଖା ଯାଇଥିଲା। ପେସାରେ ଜଣେ ଶିକ୍ଷୟତ୍ରୀ ଥିବା ଏହି ଯୁବତୀଙ୍କୁ ଏହା ମଧ୍ୟରେ ଡ୍ୟୁଟି ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିବା ଜଣାଯାଇଛି।