ଝିଅ ଜନ୍ମ କରିବା କ’ଣ ଭୁଲ? ଏମିତି କହି ଜୀବନ ହାରିଲେ ନ୍ୟୁୟର୍କରେ ରହୁଥିବା ଏହି ଭାରତୀୟ ମହିଳା, ପୂରା ଘଟଣା ଜାଣି ହେବେ ଦୁଃଖିତ

 

ସ୍ୱାମୀର ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଛନ୍ତି ଆମେରିକାର ନ୍ୟୁୟର୍କରେ ରହୁଥିବା ଜଣେ ଭାରତୀୟ ମହିଳା। ମହିଳା ଜଣକ ନ୍ୟୁୟର୍କରେ ନିଜର ଦୁଇ ଝିଅ ଏବଂ ସ୍ୱାମୀଙ୍କ ସହିତ ରହୁଥିବା ବେଳେ ପୁଅ ଜନ୍ମ କରିନପାରିବାରୁ ସ୍ୱାମୀ ଦୀର୍ଘ ୮ ବର୍ଷ ଧରି ନିର୍ଯାତନା ଦେଉଥିବା କହିଛନ୍ତି। ଆତ୍ମହତ୍ୟା କରିବାର କିଛି ସମୟ ଆଗରୁ ହିଁ ସେ ଏକ ଭିଡ଼ିଓ ସେୟାର କରିଥିଲେ ଯାହାକି ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁଯାଇ ଆତ୍ମହତ୍ୟା କରିଥିବା ମହିଳାଙ୍କ ନାମ ମନଦୀପ କୌର ହୋଇଥିବା ବେଳେ ସେ ଉତ୍ତର ପ୍ରଦେଶ ବିଜନୌରର ବସିନ୍ଧା ଅଟନ୍ତି। ମନଦୀପ ୨୦୧୫ରେ ରଞ୍ଜୋତବୀର ସିଂହଙ୍କୁ ବିବାହ କରିଥିବା ବେଳେ ରଞ୍ଜୋତବୀର ନ୍ୟୁୟର୍କ ସହରରେ ଡ୍ରାଇଭର ଭାବରେ କାମ କରନ୍ତି। ଉଭୟଙ୍କର ୪ ବର୍ଷ ଏବଂ ୨ ବର୍ଷର ଦୁଇଟି କନ୍ୟା ସନ୍ତାନ ଥିଲେ ମଧ୍ୟ ପୁତ୍ର ସନ୍ତାନ ନ ଥିବା ହେତୁ ରଞ୍ଜୋତବୀର ଏଥିପାଇଁ ମନଦୀପଙ୍କୁ ହିଁ ଦୋଷାରୋପ କରିଥାନ୍ତି। ଏପରିକି ଗତ ୮ ବର୍ଷ ହେବ ସେ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇ ଆସୁଥିବା ମଧ୍ୟ ଅଭିଯୋଗ ହୋଇଛି।