ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୁର୍ବରୁ PM ମୋଦିଙ୍କୁ ନେଇ ଇମ୍ରାନ୍ ଖାନ୍ ଙ୍କ ଚାଞ୍ଚଲ୍ୟକର ଖୁଲାସା, କହିଲେ- ମୋଦି ହେଉଛନ୍ତି..

 

ଗାଦିଚ୍ୟୁତ ହେବାକୁ ଯାଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ନେତୃତ୍ୱରେ ଥିବା ପାକିସ୍ତାନ ସେନାର ଶୀର୍ଷ ମଣ୍ଡଳୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସ୍ତଫା ଦେବାକୁ କହିଛନ୍ତି। ନିଜ ପଦ ଛାଡ଼ିବା ପୂର୍ବରୁ ବିଚଳିତ ହୋଇପଡ଼ିଛନ୍ତି ଇମ୍ରାନ। ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଇମ୍ରାନ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଟାର୍ଗେଟ କରିଛନ୍ତି।

ନୱାଜ ସରିଫ ନିଜ କାର୍ଯ୍ୟକାଳ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲୁଚି ଲୁଚି ଭେଟ କରୁଥିବା ଇମ୍ରାନ ଅଭିଯୋଗ ଆଣିଛନ୍ତି। ଭାରତ ଉଦ୍ଦେଶ୍ୟରେ ବାର୍ତ୍ତା ପଠାଇ ସେ ବନ୍ଧୁତା କରିବାକୁ ଚାହୁଁଥିଲେ ହେଁ ଏଥିରେ ପାକିସ୍ତାନୀ ସେନା ରାଜି ହୋଇନଥିବା ଇମ୍ରାନ କହିଛନ୍ତି। ଏହା ବ୍ୟତୀତ ପାକିସ୍ତାନୀ ସେନା କବଳରୁ ଆସିଫ୍ ଜର୍ଦ୍ଦାରୀଙ୍କୁ ଉଦ୍ଧାର କରିବା ପାଇଁ ହୁସେନ୍ ହକ୍କାନି କାହିଁକି ଆମେରିକୀୟଙ୍କୁ କହିଥିଲେ ବୋଲି ଇମ୍ରାନ ପ୍ରଶ୍ନ କରିଛନ୍ତି।

ଇମ୍ରାନ ଖାନଙ୍କ ରାଜନୈତିକ ପରାମର୍ଶଦାତା ଶାହବାଜ ଗିଲଙ୍କ କହିବା ଅନୁଯାଇ ନୱାଜ ସରିଫ ଏବଂ ମୋଦୀଙ୍କ ମଧ୍ୟରେ ନେପାଳରେ ଏକ ଗୁପ୍ତ ବୈଠକ ହୋଇଥିଲା। ଗତ ୨୦୨୦ ମସିହାରେ ଏହି ଗୁପ୍ତ ବୈଠକ ହୋଇଥିବା ସେ କହିଛନ୍ତି। କେବେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା ସେଥିନେଇ କିଛି କହିନଥିଲେ ହେଁ ନୱାଜ ସରିଫଙ୍କୁ ସେ ଜଣେ ସଂକୀର୍ଣ୍ଣ ଚିନ୍ତାଧାରା ବ୍ୟବସାୟୀ ବୋଲି କହିଛନ୍ତି।