ଛାଡ଼ପତ୍ର ପରେ ଦ୍ୱିତୀୟ ବିବାହ କରିବେ ଚର୍ଚ୍ଚିତ IAS ଟିନା ଡାବି, ଜାଣନ୍ତୁ କିଏ ଏହି ୧୩ ବର୍ଷ ବଡ଼ ବ୍ୟକ୍ତି ଯାହାକୁ ବାହାହେବେ ଟିନା

 

ବ୍ୟକ୍ତିଗତ ଜୀବନକୁ ନେଇ ଆଇଏଏସ୍ ଅଧିକାରୀ ଟିନା ଡାବି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ରାଜସ୍ଥାନ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ପ୍ରଦୀପ ଗାୱାଣ୍ଡଙ୍କ ସହ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଇନଷ୍ଟାଗ୍ରାମରେ ନିଜ ଆକାଉଣ୍ଟ ଜରିଆରେ ଟିନା ଡାବି ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଟିନା ସୋସିଆଲ ମିଡିଆରେ ନିଜର ବାହାଘର ଫଟୋ ସେୟାର କରି କହିଛନ୍ତି ଯେ ସେ ପୁଣି ବିବାହ କରିବାକୁ ଯାଉଛନ୍ତି।

ରାଜସ୍ଥାନ କ୍ୟାଡରର 2013 ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଦୀପ ଗାୱାଣ୍ଡଙ୍କ ସହ ଟିନା ଡାବି ବିବାହ କରିବାକୁ ଯାଉଛନ୍ତି। ପ୍ରଦୀପ ବର୍ତ୍ତମାନ ଜୟପୁରରେ ପୋଷ୍ଟ ହୋଇଛନ୍ତି। ଟିନା ଡାବି ମଧ୍ୟ ଜୟପୁରରେ ନିଜର ସେବା ଯୋଗାଉଛନ୍ତି। ପ୍ରଦୀପ ଗାୱାଣ୍ଡେ ଟିନା ଦାବିଙ୍କଠାରୁ ତିନି ବର୍ଷ ସିନିୟର ଅଟନ୍ତି। ସେ 2013 ରେ ସିଭିଲ ସର୍ଭିସ ପରୀକ୍ଷା କ୍ଲିୟର କରିଥିଲେ। ସେ ମହାରାଷ୍ଟ୍ରର, ପ୍ରଦୀପ MBBS ଡିଗ୍ରୀ ହାସଲ କରିଥିଲେ ଏବଂ ପରେ UPSC ପାସ୍ କରିଥିଲେ।

ପ୍ରଦୀପ ରାଜସ୍ଥାନ କ୍ୟାଡରର ଜଣେ ଆଇଏଏସ୍ ଅଧିକାରୀ। ସେ ଡାକ୍ତରୀ କ୍ଷେତ୍ର ସହିତ ମଧ୍ୟ ଜଡିତ। ବର୍ତ୍ତମାନ ସେ ରାଜସ୍ଥାନର ଅର୍କୋଲୋଜି ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ଅଟନ୍ତି। ପ୍ରଦୀପ ଏବଂ ଟିନା ଡାବିଙ୍କ ବୟସ ପାର୍ଥକ୍ୟ ବିଷୟରେ କହିବାକୁ ଗଲେ ଏହା 13 ବର୍ଷ ଅଟେ। ପ୍ରଦୀପ ଟିନାଙ୍କ ଠାରୁ 13 ବର୍ଷ ବଡ଼। ଟିନା ଡାବି 9 ନଭେମ୍ବର 1993 ରେ ଜନ୍ମଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ ଟିନା ଡାବି 2015 ରେ IAS ଟପ୍ କରିଥିଲେ ଏବଂ ଏହା ସହିତ ଅତହର ଖାନ ମଧ୍ୟ IAS ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଯେତେବେଳେ ଦୁହେଁ ଲାବସନାରେ ଟ୍ରେନିଂ ନେଉଥିଲେ, ଏହି ସମୟ ମଧ୍ୟରେ ଦୁହେଁ ପ୍ରେମରେ ପଡ଼ି ଯାଇଥିଲେ। ଯାହା ପରେ ଟିନା ଏବଂ ଅତହର 2018 ରେ ବିବାହ କରିଥିଲେ। କିନ୍ତୁ କିଛି ସମୟ ପରେ ଦୁହେଁ ଛାଡପତ୍ର ଦେଇଥିଲେ।