ସରକାରୀ ଯୋଜନା: ଏବେ ୨୪ ଘଣ୍ଟା ମିଳିବ ବିଜୁଳି, ୨୫ ବର୍ଷ ପାଇଁ ବିଲ୍ ଆସିବ ଜିରୋ, ଜାଣନ୍ତୁ ଏହି ସ୍କିମ୍ ର ଫାଇଦା

 

ବର୍ତ୍ତମାନ ଯେତେ ବିଜୁଳି ବ୍ୟବହାର କରିଲେ ମଧ୍ୟ ରହିବନି ବିଲ୍ ଦେବାର ଟେନସନ୍। କାରଣ ମାତ୍ର ୨ କିଲୋୱାଟର ସୋଲାର ପ୍ୟାନେଲ ଘର ଛାତରେ ଲଗାଇ ଆପଣ ପ୍ରତିଦିନ ୬ ରୁ ୮ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରି ପାରିବେ। ଏଥିପାଇଁ ଅପଣଙ୍କୁ ୪ଟି ସୋଲାର ପ୍ୟାନେଲ ବ୍ୟବହାର କରିବାକୁ ପଡୁଥିବା ବେଳେ ସରକାରଙ୍କ ତରଫରୁ ଏଥିପାଇଁ ୪୦ ପ୍ରତିଶତ ସବସିଡ଼ି ଦିଆଯାଉଛି। ପାୱାର କଟ୍ ଏବଂ ଭୋଲ୍ଟେଜ୍ ସମସ୍ୟା ଦେଖା ଦେଉଥିଲେ ଏହା ଆପଣଙ୍କୁ ଦୈନଦିନ ଜୀବନରେ ବହୁ ସାହାଯ୍ୟ କରି ପାରିବ।

ଦିନକୁ ଦିନ ରାଜ୍ୟରେ ବିଜୁଳି ସମସ୍ୟା ବୃଦ୍ଧି ପାଉଥିବା ବେଳେ ଗ୍ରୀନ ଏନର୍ଜୀ ବ୍ୟବହାର କରିବା ପାଇଁ ସରକାର ଲୋକଙ୍କୁ ଉତ୍ସାହିତ କରୁଛନ୍ତି। ଏଥିପାଇଁ ସବସିଡ଼ି ମଧ୍ୟ ପ୍ରଦାନ କରାଯାଉଛି। ତେବେ, ଯଦି ଅପଣଙ୍କ ଘରେ ୨ ରୁ ୩ ଟି ପଙ୍ଖା, ୬ ରୁ ୮ ଟି LED ଲାଇଟ୍, ଗୋଟିଏ ପାଣି ମଟର ଓ ଟିଭି ଭଳି ଉପକରଣ ବିଜୁଳି ଦ୍ଵାରା ଚାଲୁଛି ତେବେ ଆପଣଙ୍କୁ ପ୍ରତ୍ୟେକ ଦିନ ୬ ରୁ ୮ ୟୁନିଟ୍ ବିଜୁଳୀ ଦରକାର ହେବ। ଏହି ବିଜୁଳି ଆବଶ୍ୟକତା ପାଇଁ ଆପଣ ୨ କିଲୋୱାଟର ସୋଲାର ପ୍ୟାନେଲ ବ୍ୟବହାର କରି ପାରିବେ।

ଏହି ଯୋଜନାରେ ଆପଣଙ୍କୁ ଥରେ ଟଙ୍କା ଖର୍ଚ୍ଚ କରିବାକୁ ହେବ ଏହାଦ୍ୱାରା ଆପଣ ପ୍ରାୟ ୨୫ ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ ସେବା ପାଇପାରିବେ। ଏବେ ମୋନୋପର୍କ ବାଇଫିଶିଆଲ ସୋଲାର ପ୍ୟାନେଲ୍ ବ୍ୟବହାର କରାଯାଉଛି ଯାହାକି ଏକ ନୂଆ ଟେକ୍ନୋଲୋଜି ଅଟେ, ଏଥିରେ ଉଭୟ ଆଗରୁ ଏବଂ ପଛରୁ ବିଦ୍ୟୁତ ଉତ୍ପାଦନ ହୋଇଥାଏ। ତେବେ ସୋଲାର ରୁଫଟପ୍ ଲଗାଇବା ପାଇଁ ଆପଣଙ୍କୁ ଏହାର ଅଫିସିଆଲ୍ ୱେବସାଇଡ୍ http://solarrooftop.gov.in/ କୁ ଯିବାକୁ ପଡିବ। ଏହା ପରେ ଆପଣଙ୍କୁ ଆପ୍ଲାଏ ଫର୍ ସୋଲାର ରୁଫଟପ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ରାଜ୍ୟର ଲିଙ୍କ ଅନୁଯାଇ ଫର୍ମ ଆସିବା ପରେ ଏହାକୁ ପୂରଣ କରିବାକୁ ହେବ। ସୋଲାର ପ୍ୟାନେଲ ଲଗାଇବାର ୩୦ ଦିନ ମଧ୍ୟରେ ଆପଣଙ୍କ ଅକାଉଣ୍ଟରେ ସବସିଡ଼ି ଟଙ୍କା ପ୍ରଦାନ କରାଯିବ।