ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ପ୍ରେମୀଯୁଗଳ! ପ୍ରେମିକ ନଈକୁ ନ ଡେଇଁବାରୁ ଥାନାରେ ଏତଲା ଦେଲା ପ୍ରେମିକା, ପୂରା ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ

 

ସାଥି ହୋଇ ବଞ୍ଚିବା ମରିବାର ପ୍ରତିଜ୍ଞା କରିଥିଲେ ଏହି ପ୍ରେମୀଯୁଗଳ। କୌଣସି କାରଣରୁ ନଈକୁ ଡେଇଁ ଆତ୍ମହତ୍ୟା କରିବାକୁ ମଧ୍ୟ ନିଷ୍ପତ୍ତି ନେଲେ। କିନ୍ତୁ, ଆତ୍ମହତ୍ୟା ପାଇଁ ସାହସ କରି ପାରିଲାନାହିଁ ପ୍ରେମିକ। ମାତ୍ର ଏହି କାରଣରୁ ପ୍ରେମିକ ନାଁରେ ଏତଲା ଦେଲେ ଯୁବତୀ। ଉତ୍ତରପ୍ରଦେଶର ପ୍ରୟାଗରାଜ୍ ଠାରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି।

ମିଳିଥିବା ସୂଚନା ଅନୁଯାଇ ୩୨ ବର୍ଷୀୟା ବିବାହିତା ଯୁବତୀ ଜଣକ ୩୦ ବର୍ଷୀୟ ଜଣେ ଯୁବକଙ୍କୁ ଭଲପାଉଥିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ ହୋଇଯାଇଥିବା ବେଳେ ସେମାନେ ସାଥି ହୋଇ ବଞ୍ଚିବାର ଶପଥ ନେଇଥିଲେ। ତେବେ, କିଛିଦିନ ତଳେ ମହିଳା ଜଣକ ନିଜ ପିଲାମାନଙ୍କୁ ଧରି ପୁଣେ ବୁଲିବାକୁ ଯାଇଥିବା ବେଳେ ଯୁବକ ଜଣକ ଅନ୍ୟତ୍ର ବିବାହ କରି ନେଇଥିଲେ।

ମହିଳା ଜଣକ ଫେରିବା ପରେ ଉଭୟଙ୍କ ମଧ୍ୟରେ ଏଥିନେଇ ବଚସା ଆରମ୍ଭ ହୋଇ ଯାଇଥିଲା। ମହିଳା ଜଣକ ନିଜ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ନେଇଥିବା ବେଳେ ପ୍ରେମିକକୁ ମଧ୍ୟ ନିଜ ସ୍ତ୍ରୀ ଠାରୁ ଛାଡ଼ପତ୍ର ନେବାକୁ ବାଧ୍ୟ କରିଥିଲେ। ତେବେ, ଏହି ଘଟଣାର କୌଣସି ସମାଧାନ ନ ବହାରିବାରୁ ଉଭୟେ ପ୍ରୟାଗରାଜର ନୈନୀ ବ୍ରିଜରୁ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ମହିଳା ଜଣକ ଡେଇଁ ପଡ଼ିଥିଲେ ହେଁ ତାଙ୍କ ପ୍ରେମିକ ନଈକୁ ଡେଇଁନଥିଲେ। ତେଣୁ, ଉକ୍ତ ମହିଳା ଜଣକ ପହଁରି ପହଁରି ଜୀବନ ବଞ୍ଚାଇବା ପରେ ପ୍ରେମିକ ନାଁରେ ଥାନାରେ ଏତଲା ଦେଇଛନ୍ତି।